ୟସ୍ ପାଇଁ ଦୁଗ୍ଧ ଚାଷୀ ହତାଶ

ଜଗତସିଂହପୁର (କୋଶଲ ନ୍ୟୁଜ୍) ଉପକୂଳ ବର୍ତ୍ତ ଜଗତସିଂହପୁର ଜିଲ୍ଲା ବନ୍ୟା ଓ ବତ୍ୟାର ଜିଲ୍ଲା ଅଟେ। ପ୍ରତି ମୂହୁର୍ତ୍ତରେ ଏହିଜିଲ୍ଲା ବିପଦ ମାଡି ଆସୁଛି। ପୂର୍ବରୁ ବର୍ଷା ଋତୁରେ ବାତ୍ୟା ଆସୁଥିଲା। ଏବେ ଦୁଇ ତିନି ବର୍ଷ ହେଲା ଶୀତ ଓ ଗ୍ରୀଷ୍ମ ଋତୁରେ ମଧ୍ୟ ବାତ୍ଯା ଆସି ଚାଷୀ କୁଳକୁ ବଡଦାଣ୍ଡରେ ବସାଇଛି। ଧାନ ଓ ମୁଗ ଆମ ରାଜ୍ୟର ମୁଖ୍ୟ ଉତ୍ପାଦିତ ଶସ୍ୟ ଅଟେ। ତତ୍ ବ୍ୟତୀତ ପନିପରିବା ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏବେ ପ୍ରତି ଋତୁରେ ବାତ୍ୟା ଆଶଙ୍କା ଚାଷୀ ମୂଲିଆଙ୍କୁ ଭୋକ ଉପାସରେ ରଖିବା ସହିତ ଋଣ ଗ୍ରସ୍ତ କରାଉଛି। ଫଳସ୍ୱରୂପ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏବେ ଦୁଗ୍ଧ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଜକୁ ଦୁଇ ଦିନ ହେବ କୌଣସି ଦୁଗ୍ଧ ସଂଗ୍ରହ କାରୀ ସଂସ୍ଥା ଚାଷୀମାନଙ୍କଠାରୁ ଦୁଗ୍ଧ ନେଉନାହାନ୍ତି। ଦୁଗ୍ଧ ଚାଷୀ ଦିନକୁ ହଜାର ହଜାର ଟଙ୍କାର ଦାନା ଚୋକଡ କିଣି ଖାଇବାକୁ ଦେଉଛନ୍ତି। ଉତ୍ପାଦିତ ଦୁଗ୍ଧକୁ ଘରେ ବଣ୍ଟନ କରୁଛନ୍ତି। ୟସ୍ ବାତ୍ଯା ଏକପ୍ରକାର ଦୁଗ୍ଧ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଗୋ ଚାଷୀ ଶଙ୍କର୍ଷଣ ରାଉତ ଚାରୋଟି ଗାଈ ଓ ପାଞ୍ଚଗୋଟି ଜନ୍ମଯୋଗ୍ଯା ବାଛୁରୀ ରଖିଛନ୍ତି। ସେହିପରି ଯୁବଚାଷୀ ହୃଷିକେଶ ସାହୁ ନିଜସ୍ବ ଅର୍ଥ ବିନିଯୋଗ କରି ଏକ ଗାଈ ଫାର୍ମ କରି ଗାଈ ବାଛୁରୀ ୧୭ଟି ରଖିଛନ୍ତି। ଉତ୍ପାଦିତ ଦୁଗ୍ଧକୁ ୨୦ଟଙ୍କା ବିନିମୟରେ ଘରକୁ ଘର ବୁଲି ବିକୁଛନ୍ତି। ଏହିପରି ଜଗତସିଂହପୁର ଜିଲ୍ଲାର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୟସ୍ ପ୍ରଭାବିତ ଅଞ୍ଚଳକୁ ଗୋରୁ ପିଛା ଥରେ 200ଗ୍ରାମ୍ ଚୋକଡ ଆସିବ। ଖାତା କଲମରେ ରାଜ୍ୟ ସରକାର ରିଲିଫ ଯୋଗାଇ ଦେଲେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଚାଷୀଭାଇ ଋଣ ବୋଝ ସହି ନପାରି ଆତ୍ମ ହତ୍ଯା କରିଥାଏ। ଓଡ଼ିଶାର ବାତ୍ୟା ଯେପରି ଅବୁଝା ସାଜିଛି ସେହିପରି ରାଜ୍ୟ ସରକାର ମଧ୍ୟ ଅବୁଝା ସାଜିଛନ୍ତି। ଏବେ ଯିଏ ପେଟକୁ ଦାନା ଯୋଗାଡ କରୁଛି ସେମାନଙ୍କୁ ପ୍ରାଥମିକତା ଦେବା ପାଇଁ ମାନ୍ଯବର ମୁଖ୍ୟମନ୍ତ୍ରୀ ନିଵେଦନ କରିଛନ୍ତି ।

Comments (0)
Add Comment