ୟସ୍ ପାଇଁ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା, ପନିପରିବା ଚାଷ ଉଜୁଡିଗଲା

ଜଗତସିଂହପୁର (କୋଶଲ ନ୍ୟୁଜ୍) : ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର, କୁଜଙ୍ଗ, ଏରସମା, ବାଲିକୁଦା, ତିର୍ତ୍ତୋଲ, ନାଉଗାଁ ଓ ବିରିଡି ଆଦି ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ହେଉଛି। ଧାର କରଜ କରି ଚାଷୀ ମାନେ କରିଥିବା ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ବିଶେଷ କରି ପୋଟଳ, ଝୁଡଙ୍ଗ, ଭେଣ୍ଡିଂ, ପୋଇ, ସାଗ ଫସଲ କ୍ଷେତରେ ଆଣ୍ଠୁଏ ପାଣିରେ ବୁଡ଼ି ରହିଥିବା ସୂଚନା ମିଳିଛି। ୟସ୍ ପ୍ରଭାବରେ ଆଉ ତିନି ଦିନ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି। ଏଣୁ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟ ପକ୍ଷରେ କଦଳୀ ଚାଷ ମଧ୍ୟ ବ୍ଯାପକ କ୍ଷୟକ୍ଷତି ଘଟିଛି। କିଛି ଦିନ ହେଲା କାଳବୈଶାଖି 40ଭାଗ କଦଳୀ ଗଛକୁ ଭାଙ୍ଗି ଦେଇଥିଲା। ଆଜି ସକାଳେ ୟସ୍ ର ପବନ ଉପକୂଳ ଅଞ୍ଚଳରେ ୪୦ରୁ ୫୦ବେଗରେ ବହି ପ୍ରାୟ ଅବଶିଷ୍ଟ କାନ୍ଦି ପକାଇଥିବା କଦଳି ଗଛକୁ ସୁଆଇ ଦେଇଛି। ୟସ୍ ପ୍ରଭାବରେ ଉପକୂଳ ଅଞ୍ଚଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments (0)
Add Comment