ପାରାଦୀପ ମାଛ ମାର୍କେଟରେ ଭିଡ

ଜଗତସିଂହପୁର (କୋଶଲ ନ୍ୟୁଜ୍) ସକାଳୁ ସକାଳୁ ପରିବା ମାର୍କେଟରୁ ଆରମ୍ଭ କରି ମାଛ ମାର୍କେଟ ଯାଏଁ ଏପରି ଭିଡ ଦେଖାଯାଉଛି ଯେ ଯେପରି କିଛି ପର୍ବ ପର୍ବାଣି ହଉଛି. ପ୍ରଶାସନର ନିର୍ଦେଶନାମା ଅନୁସାରେ ପାଖ ମାର୍କେଟକୁ ଯିବା ପାଇଁ ଲୋକମାନେ ଚାଲି ଚାଲି ଯିବା କଥା, ହେଲେ ଏଠି ପରିବା ଓ ମାଛ ମାର୍କେଟ ଆଗରେ ଏପରି ଦିଚକିଆ ଗାଡି ପାର୍କିଂ ହଉଚିଯେ ସାଧାରଣ ଲୋକ ଯିବା ପାଇଁ ଭିଡ଼ର ସାମ୍ନା କରିବାକୁ ପଡୁଛି ଯେପରି କରୋନା ର ସବୁ କଟକଣା କୁ ପାରାଦ୍ୱୀପ ବାସୀ ମାନେ ଫୁ କରିଦେଇଛନ୍ତି.ଏଥି ପ୍ରତି ପ୍ରଶାସନର ନଜର ଦୂରର କଥା… ଆମ ସାଧାରଣ ଜନତାଙ୍କ କରୋନା ପ୍ରତି ଥିବା ଭୟ ନଥିବାର ଦେଖା ଦେଉଛି. ସମାଜସେବୀ ଓ କିଛି ରାଜନୈତିକ ଦଳମାନେ ଶସ୍ତା ପବଲିସିଟି ପାଇବା ପାଇଁ ମାସ୍କ, ସାନିଟାଈଜ଼ର ଓ ରନ୍ଧା ଖାଦ୍ୟ ବଣ୍ଟନ କରି ବିଭିନ୍ନ ସୋସିଆଲ ମିଡ଼ିଆରେ ବାହାବାହା ସାଉଁଟିଥିବା ବେଳେ ଏଥିପ୍ରତି କାହାର ନିଘା ନାହିଁ|

Comments (0)
Add Comment