ଜଗତସିଂହପୁର ନଗର କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ଜଗତସିଂହପୁର(କୋଶଲ ନ୍ୟୁଜ୍) ନଗର କଂଗ୍ରେସ ତରଫରୁ ରାହୁଲଗାନ୍ଧୀଙ୍କ ଜନ୍ମ ଦିବସ ପାଳନ ଜଗତସିଂହପୁର ,ସର୍ବଭାରତୀୟ ଜାତୀୟକଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଜଗତସିଂହପୁର ନଗରକଂଗ୍ରେସ ସଭାପତି ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ତାଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖୀ ନିରାଡ଼ମ୍ବର ଭାବରେ ପୌରପରିଷଦ ଅନ୍ତର୍ଗତ ୨ନମ୍ବର ୱାର୍ଡର ଆଦିବାସି ବସ୍ତିରେ ଶୁଖିଲା ଖାଦ୍ୟ , ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବକଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ,ପୂର୍ବତନ ପାରିଷଦ ନିରଞ୍ଜନ ସେଠି , ରବି ଦାସ ,ସଂଜୀବ ସ୍ବାଇଁ,ନିରଞ୍ଜନ ମହାପାତ୍ର,ଅମୀନୁସ ସାଜିଉଦିନ , ଡ଼:ଜଗଦାନନ୍ଦ ବେହେରା,ଦାଶରଥି ସ୍ବାଇଁ,ରୁଦ୍ର ବାରିକ,ଆଶିଷ ଗୋଛାୟାତ,ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

Comments (0)
Add Comment