ସାଂସଦ ଜଗତସିଂହପୁର ଅସ୍ତରଙ୍ଗ ଧୀବର ସମ୍ପ୍ରଦାୟଙ୍କ ପାଇଁ ବିଭିନ୍ନ ସମସ୍ୟା ଉପରେ ଦାବି ରଖିଲେ ଡାକ୍ତର ରାଜଶ୍ରୀ ମଲ୍ଲିକ

ଜଗତସିଂହପୁର,(କୋଶଲ ନ୍ୟୁଜ୍) ମାନ୍ୟବର ସାଂସଦ ଜଗତସିଂହପୁର ଡା. ରାଜଶ୍ରୀ ମଲ୍ଲିକ ଭିଡ଼ିଓ କଂଫେର୍ସ ମାଧ୍ୟମରେ ମେରାଇନ ପ୍ରଡକଟ ଏକ୍ସପଟ Development ଅଥରୀଟି ର ୧୪୦ ତମ ଅଥରୀଟି ସଭାରେ ସଦସ୍ୟା ଭାବେ ଯୋଗଦେଇଛନ୍ତି। ସାଂସଦ ଡାକ୍ତର ମଲ୍ଲିକ ଗତ ଜାନୁଆରୀ ମାସ ରେ ଅନୁଷ୍ଠିତ ୧୩୯ ତମ ଅଥରଟି ସଭାରେ ଆମର ଅସ୍ତରଙ୍ଗ ମାଛଧରା ର ଭିତ୍ତିଭୂମି ର ଘୋର ଅଭାବ ଏବଂ ଏହି ଅଞ୍ଚଳରେ ୮୦ ପ୍ରତିଶତ ଧୀବର ଭାଇ ମାନଙ୍କୁ MPEDA ପକ୍ଷରୁ ତାଲିମ ଦେଇ ମତ୍ସ୍ୟ ବ୍ୟବସାଈକ କ୍ଷେତ୍ର ରେ ବହୁବିଧ ଉନ୍ନତି ସାଧନ ର କାମନା କରି ପ୍ରଶିକ୍ଷଣ ଶିବିର ର ଆୟୋଜନ କରିବା ପାଇଁ ସଭାରେ ରେ ଉତ୍ଥାପନ କରିଥିଲେ । ସାଂସଦ ଙ୍କ ଅନୁରୋଧ କ୍ରମେ MPEDA ତରଫରୁ ସଖା ଭ୍ରମଣ ରେ ଗତ ମାର୍ଚ୍ଚ ୨୫ ତାରିଖରେ DY Director/RD BBSR / State Fisharies Officer / Harbour engineering department / SCO NETFISH MPEDA ପରିଦର୍ଶନ କରିଥିଲେ। ଏବଂ marine Sector strengthening କରିବା ଏବଂ ମାଛ ଧରା କାର୍ଯ୍ୟ ର ସୁପରିଚାଳନା ପାଇଁ basic infrastructure ର ଆବଶ୍ୟକତା ରହିଛି ବୋଲି ଉପଲବ୍ଧି କରିଥିଲେ। ଏବଂ ଏଥି ପାଇଁ ଏକ DPR ପ୍ରସ୍ତୁତ କରି NFDB କୁ PMMSY ରେ କାର୍ଯ୍ୟକାରୀ କରିବା ପାଇଁ ପ୍ରେରଣ କରାଯାଇଅଛି। ଏଥି ସହିତ ଏହି ଅଂଚଳର ଧୀବର ସମ୍ପ୍ରଦାୟକୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଚଳିତ ବର୍ଷ ରେ ୨୨ ଗୋଟି ଶିବିରର Tentative program NETFISH ଦ୍ୱାରା କରାଯାଇଅଛି। ଏଥି ପାଇଁ ଆଜି ୧୪୦ ତମ ଅଥରିଟି ସଭାରେ ମାନ୍ୟବର ସାଂସଦ ଜଗତସିଂହପୁର ଡାକ୍ତର ମଲ୍ଲିକ MPEDA କୁ ପ୍ରଶଂସା କରିଅଛନ୍ତି।

Comments (0)
Add Comment