ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଯୁବକଙ୍କର ମୃତଦେହ

ଜଗତସିଂହପୁର:(କୋଶଲ ନ୍ୟୁଜ୍) ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଶବ। ସମୁଦ୍ର କୂଳ ରାସ୍ତାକଡ଼ରେ ଥିବା ଝାଉଁବଣରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଦେଖାଯାଉଛି। ଯୁବକ ଜଣଙ୍କ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଥିବା ବେଳେ ଏକ ଗାମୁଛା ସାହାଯ୍ୟରେ ଗଛ ଦେହରେ ଝୁଲୁଥିବା ବେଳେ ଅନେକ ଲୋକ ରାସ୍ତାକଡ଼ରେ ଏହାକୁ ଦେଖିବାକୁ ଜମା ହୋଇଛନ୍ତି ।।ତେବେ ଯୁବକ ଜଣଙ୍କର ପରିଚୟ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment