ଆଳୁଖୋଳଙ୍ଗ ଗାଁରେ କରୋନା ଆକ୍ରାନ୍ତ ପରିବାରକୁ ପାରାଦୀପ ବିଧାୟକଙ୍କ ସହାୟତା

ଜଗତସିଂହପୁର:( କୋଶଲ ନ୍ୟୁଜ) ତିର୍ତ୍ତୋଲ ଥାନା ଅଧିନ ପାରାଦୀପ ନିବାଚନ ମଣ୍ଡଳି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ଆଳୁଖୋଲଙ୍ଗ ଗ୍ରାମରେ ୧୦୦ରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଥିବାରୁ ପ୍ରିୟ ନେତା ତଥା ପାରାଦ୍ଵୀପର ମାନ୍ୟବର ବିଧାୟକ ଶ୍ରୀ ସମ୍ବିତ ରାଉତରାୟଙ୍କ ସ୍ବାସ୍ଥ୍ୟ ଭଲ ନଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତରୀ ଦଳ, ବିଧାୟକଙ୍କ ପ୍ରତିନିଧି , ସ୍ଥାନୀୟ ସରପଞ୍ଚ, ବିଜୁ ଜନତା ଦଳ ପାରାଦ୍ଵୀପ ର ନେତୃମଣ୍ଡଳୀ, ବିଜୁ ଯୁବ ଓ ଛାତ୍ର ଜନତା ଦଳ ର କର୍ମକର୍ତ୍ତା ମାନେ ଅଲୁଖୋଳଙ୍ଗ ଗ୍ରାମରେ ପହଞ୍ଚି ସେଠାକାର ଜନସାଧାରଣ ଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ମାନ୍ୟବର ବିଧାୟକଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ଔଷଧ, ଶୁଖିଲା ଖାଦ୍ୟ ପୁଡିଆ, ମାସ୍କ, ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯାଇଥିଲା । ପାରାଦୀପର ବିଧାୟକ ସମ୍ବିତ ରାଉତରାୟଙ୍କ ୟକ୍ତିଗତ ସହାୟକ ଅଶୋକ ଚଇନିଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

Comments (0)
Add Comment