କୁଜଙ୍ଗର ଅଗ୍ରଣୀ ସାହିତ୍ୟ,ସଂସ୍କୃତି ଓ ସେବା ଅନୁଷ୍ଠାନ ,,’ପ୍ରିୟବନ୍ଧୁ,, ତରଫରୁ କବିତା ଆସର

ଜଗତସିଂହପୁର(କୋଶଲ ନ୍ୟୁଜ୍) ଗତକାଲି ଜୁନ ୧୭ ତାରିଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆମ କୁଜଙ୍ଗର ଅଗ୍ରଣୀ ଅନୁଷ୍ଠାନ ପ୍ରୀୟବନ୍ଧୁ ସାହିତ୍ୟ ଓ ସେବା ସଂସଦ ଆନୁକୁଲ୍ୟରେ ଆଭାଷି ମାଧ୍ୟମରେ ଅନୁଷ୍ଠାନର ସଭାପତି ପ୍ରିୟ ନାଟ୍ୟକାର ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ତଥା ଜାତୀୟ ସ୍ତରର କବି କବ୍ୟୟିତ୍ରୀ ମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବକୁ ଓଡ଼ିଶା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର କବି ଶ୍ରୀ ପ୍ରଭାସ ଆଚାର୍ଯ୍ୟ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବେ ଦିଲ୍ଲୀରୁ ପ୍ରବାସୀ ଓଡ଼ିଶା ଫୋରମ୍ ର ମୁଖ୍ୟ ପ୍ରାଧ୍ୟାପକ ଡଃ ଦେବେନ୍ଦ୍ରନାଥ ରାଉତ ମହୋଦୟ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଦଳିତ ଚେତନାର ସୁନାମଧନ୍ୟ ସଂଗ୍ରାମୀ କବି ପୀତାମ୍ବର ତରାଇ ମାହୋଦୟଙ୍କ ସହିଦ କୁଜଙ୍ଗ କଳାକାର ସଂଘର ସଭାପତି କବି କଣ୍ଠଶିଳ୍ପୀ ଶ୍ରୀ ଜିତେନ୍ଦ୍ର କୁମାର ରାଉତଙ୍କ ବୈଷୟିକ ସଞ୍ଚାଳନରେ ଅନୁଷ୍ଠିତ ହୋଇଥିଲା।

Comments (0)
Add Comment