ପ୍ରେସ ଫଟୋଗ୍ରାଫର ତଥା ପାରାଦୀପ ପୋର୍ଟ ବଣିକ ସଂଘ ଉପଦେଷ୍ଠା ଦିବାକର ବୈଶାଖଙ୍କ ହୃଦଘାତରେ ପରଲୋକ

ଜଗତସିଂହପୁର, (କୋଶଲ ନ୍ୟୁଜ୍): ପାରାଦୀପର ପ୍ରାକ୍ତନ ପ୍ରେସ ପ୍ରାକ୍ତନ ପ୍ରେସଫଟୋଗ୍ରାଫର ତଥା ପାରାଦୀପ ପୋର୍ଟ ବଣିକ ସଂଘ ପୂର୍ବତ୍ତନ କାର୍ଯ୍ୟକାରୀ ସଭାପତି, ବର୍ତ୍ତମାନର ଉପଦେଷ୍ଠା ଦିବାକର ବୈଶାଖଙ୍କ ୭୫ବର୍ଷ ବୟସରେ ଆଜି ହୃଦଘାତରେ ପରଲୋକ ଘଟିଛି । ଘଟଣାରୁ ପ୍ରକାଶ ଯେ, ନିଜ ବାସଗୃହରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପୁତ୍ର ବରିଷ୍ଠ ସାମ୍ବାଦିକ ଏନ୍.ଏ୍ମ୍.ବୈଶାଖ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ଜଣାପଡିବା ପରେ ତାଙ୍କ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅନ୍ତିମ ଦର୍ଶନରେ ରାଜ୍ୟ ବିଜୁ ଜନତା ଦଳର ସଂପାଦକ ତଥା ପାରାଦୀପ ପୋର୍ଟ ବଣିକ ସଂଘର ସଭାପତି ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ମର ଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୋକ ପ୍ରକଟ କରିଥିଲେ । ସ୍ୱର୍ଗତ ବୈଶାଖ ପାରାଦୀପର ସର୍ବ ପୁରାତନ ଜଗନ୍ନାଥ ଷ୍ଟୁଡିଓର ପ୍ରତିଷ୍ଠାତା ଥିଲେ । ତାଙ୍କ ବିୟୋଗରେ ପାରାଦୀପର ବରିଷ୍ଠ ସାମ୍ବାଦିକ ଗଗନ ସାହୁ, ଶୁକଦେବ ଜେନା, ବଟକୃଷ୍ଣ ଦାସ, ସନ୍ଦିପ ଲେଙ୍କା, ଶଶାଙ୍କ ଆଚାର୍ଯ୍ୟ, ଜଗବନ୍ଧୁ ସ୍ୱାଇଁ, ପ୍ରଶାନ୍ତ ରାଉତ, ସଂଜୟ ମିଶ୍ର, ଦୀପକ ଦାସ, ରାକେଶ ପଟ୍ଟନାୟକ, ଅବିଦ୍ ଖାନ୍, ରନôାକର ଜେନା, ରବିନ୍ଦ୍ର ଜେନା, ଜଗନ୍ନାଥ ଶତପଥି, ଆଦିତ୍ୟ ରାଉତ, ସଦାନନ୍ଦ ବେହେରା, ନାରାୟଣ ବେହେରା, ଜନ୍ମଞ୍ଜୟ ମହାନ୍ତି, ବିନୟ ରାୟ, ରଶ୍ମି ରଂଜନ ରାଉତରାୟ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Comments (0)
Add Comment