ବାଇକ ଦୁର୍ଘଟଣାର ଶିକାର ରଞ୍ଜନ

ଜଗତସିଂହପୁର(କୋଶଲ ନ୍ୟୁଜ୍) ଜଗତସିଂହପୁର ଜିଲ୍ଲା ତିର୍ତୋଲ୍ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ରଞ୍ଜନ କୁମାର ରାଉଳ। ବୟସ ୩୮ ବର୍ଷ ଗତ ଚୈତ୍ର ମାସରେ ମା ଶାରଳା ଙ୍କ ଘଣ୍ଟ କରିବାକୁ ନେଇ ଏକ ଗାଁ କୁ ଯାଇଥିଲେ ଘଣ୍ଟ କରିସାରି ଫେରୁଥିଲେ। ଫେରିବା ବାଟରେ କଟକ-ପାରାଦ୍ବୀପ ରାସ୍ତାର ରାହାମା ନିକଟ ତେରମାଣପୁର ଛକରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ଥିଲେ। ଏଥିରେ ତାଙ୍କର ଦୁଇଟି ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଁହ ଓ ଆଖି ଆଦିରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କୋରୋନା ପାଇଁ ଡାକ୍ତର ତାଙ୍କୁ ଘରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ରେ ସେ ଏକମାତ୍ର ରୋଜଗାରିଆ, ତାଙ୍କ ଉପରେ ବୃଦ୍ଧ ପିତା ମାତା, ପୁତ୍ର ଓ ପତ୍ନୀ ନିର୍ଭର କରିଥାନ୍ତି। ବର୍ତମାନ ତାଙ୍କ ର ଏପରି ଅବସ୍ଥାରେ ତାଙ୍କ ପରିବାର ଘୋର ଆର୍ଥିକ ଅଭାବ ଅନାଟନ ଭିତରେ ଗତି କରୁଛନ୍ତି। ଅନ୍ୟ ପକ୍ଷରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ୩ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। ସ୍ଥାନୀୟ ସରପଞ୍ଚ ନମିତା ରାଉଳ ମଧ୍ୟ କିଛି ଆଥିକ ସହାୟତା ଯୋଗାଇ ବା ସହିତ ରଞ୍ଜନ ଙ୍କ ସ୍ବସ୍ଥ୍ୟ ଅବସ୍ତା ପଚାରି ବୁଝିଥିଲେ।

Comments (0)
Add Comment