କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ସୁକିନ୍ଦା ତହସିଲଦାର

ଜଗତସିଂହପୁର(କୋଶଲ ନ୍ୟୁଜ୍) କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ତହସିଲଦାର । ଭାଇ ବାହାଘରରେ ବିନା ମାସ୍କରେ ଲୋକଙ୍କ ଭିଡ ଭିତରେ ନିଜେ ନାଚିବା ଓ ନାଚଗୀତରେ ମସଗୁଲ ହେବା ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କଲେ । ସୂଚନା ଅନୁଯାୟୀ ନିଜ ଭାଇ ବାହାଘରରେ କଟକଣାକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ବର୍ତମାନ କୋଭିଡ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ସରକାର ବିଭିନ୍ନ ନିୟମ ଲାଗୁକରିଛନ୍ତି l କିନ୍ତୁ ଖୋଲାଖୋଲି ଏହି ନିୟମକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା l ସୂଚନା ମୁତାବକ ଗତ ମେ 21ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତ୍ରିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡ୍ୟାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା l

Comments (0)
Add Comment