ସମ୍ପଦଙ୍କ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ସେବା କାର୍ଯ୍ୟକ୍ରମ

ଜଗତସିଂହପୁର(କୋଶଲ ନ୍ୟୁଜ୍) ପାରାଦୀପ ନିର୍ବାଚନମଣ୍ଡଳିର ସମସ୍ତ ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି “ସ୍ୱାସ୍ଥ୍ୟ ହିଁ ସମ୍ପଦ” ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁରେ ହେବ ମାଗଣା କରୋନା ଟେଷ୍ଟିଙ୍ଗ ଓ ଘରେ ଘରେ ପହଂଚିବ ଅମ୍ଳଜାନ l ପାରାଦ୍ବୀପରେ କରୋନା ଭୁତାଣୁ ପରାଜିତ ନହେଲା ପର୍ଯ୍ୟନ୍ତ ଚାଲୁ ରହିବ ଏହି ସେବା କାର୍ଯ୍ୟକ୍ରମ । ଆଜି ପାରାଦୀପର ବୃନ୍ଦାବନ କଲୋନୀରେ କରୋନା ପରୀକ୍ଷା ସେବା ଆରମ୍ଭ କରାଯାଇଛି ଏବଂ ଧୀରେଧୀରେ ଅନ୍ୟ ଅଞ୍ଚଳ ଗୁଡିକରେ ମଧ୍ୟ କରାଯିବ । ଜନତାଙ୍କ ସେବା ହିଁ ମୋର ପ୍ରାଥମିକତା, ତାସହ ଏକ ସୁସ୍ଥ, ସମୃଦ୍ଧ ଓ ସୁନ୍ଦର ପାରାଦୀପ ଗଠନ ମୋର ଲକ୍ଷ୍ୟ ।ତା ସହିତ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ପାରାଦୀପ ନର୍ବାଚନମଣ୍ଡଳୀର ସମସ୍ତ ଗ୍ରାମାଞ୍ଚଳ ଓ ପୌରାଞ୍ଚଳ ଠାରେ ମାଗଣାରେ କରୋନା ପରୀକ୍ଷା ସେବା ସମ୍ବନ୍ଧୀୟ ଆଗାମୀ କାର୍ଯ୍ୟକ୍ରମ ସୂଚନା ମଧ୍ୟ ଦେଇଛନ୍ତି ଶ୍ରୀ ସ୍ଵାଇଁ ।

Comments (0)
Add Comment