ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଭିଯାନ

ଜଗତସିଂହପୁର,(କୋଶଲ ନ୍ୟୁଜ୍) ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କାର୍ଯ୍ୟକ୍ରମର ରଜ ପର୍ବ ଉପଲକ୍ଷେ ପାରାଦୀପ ନିର୍ବାଚନୀ ମଣ୍ଡଳୀରେ ୧୪, ୧୫, ୧୬ ଜୁନ୍ ୨୦୨୧ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଅଭିଯାନର କରୋନା ଟେଷ୍ଟିଙ୍ଗ ବନ୍ଦ ରହିବ ।
ମାଗଣା ଅକ୍ସିଜେନ ସେବା ଜାରି ରହିବ I ୧୭ ଜୁନ୍ ରୁ ପୁଣିଥରେ ଟେଷ୍ଟିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ । “ନିଷ୍ଠା ଧୃତିଃ ସତ୍ୟମ୍‌” ନିଷ୍ଠା, ସ୍ଥିରତା ଏବଂ ସତ୍ୟ ସବୁବେଳେ ମଣିଷକୁ ଆଗକୁ ନେଇଥାଏ । ପାରାଦୀପ ନିର୍ବାଚନମଣ୍ଡଳୀର ସାଧାରଣ ଜନତାଙ୍କ ପାଇଁ ନିଷ୍ଠାର ସହ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ସେବା ଅଭିଯାନକୁ ଆରମ୍ଭ କରିଛନ୍ତି। ଏହି ଅଭିଯାନକୁ ପରିବ୍ୟାପ୍ତ କରିବା ପାଇଁ ଆହୁରି ଦୁଇଟି ଜରୁରୀକାଳୀନ ସେବା ଏଥିରେ ସାମିଲ କରାଯାଇଛି । ଏହି ଦୁଇଟି ସେବା ହେଲା ମାଗଣା ଲାଇଫ ସେଭିଂଗ୍ ଭେଣ୍ଟିଲେଟର୍‌-ଆଇସିୟୁ ଆମ୍ବୁଲାନ୍ସ ସେବା ଏବଂ ମାଗଣା ଶବବାହକ “ମୁକ୍ତିରଥ” ସେବା । କରୋନା ମହାମାରୀର ମୁକାବିଲା କରିବା ପାଇଁ ସ୍ଥିର ଚିତ୍ତରେ ପାରାଦୀପ ନିର୍ବାଚନମଣ୍ଡଳୀର ଜନ ସାଧାରଣଙ୍କ ସହ ଦୃଢତାର ସହ ରହିଛିନ୍ତି ଏବଂ ସର୍ବଦା ରହିଥିବେ ଵୋଲି ସମ୍ପଦ କହିଛନ୍ତି । ତା ସହିତ କହିଛନ୍ତି ସତ୍ୟ ପଥରେ ପାଦ ରଖିଲେ ଭଗବାନ ନିଶ୍ଚିତ ସହାୟକ ହୁଅନ୍ତି । ଆମେ ସମସ୍ତେ ମିଳିମିଶି କରୋନା ମହାମାରୀକୁ ପରାଜିତ କରିପାରିବା ଏହି ଦୃଢ ବିଶ୍ୱାସ ମୋର ରହିଛି ।

Comments (0)
Add Comment