ଜଗତସିଂହପୁର,(କୋଶଲ ନ୍ୟୁଜ୍) ରାଜ୍ୟରେ କରୋନାରେ ମୃତ୍ୟୁ ଘଟିଥିବା ଓ ଶବଦାହ ଅବସ୍ଥାର ହୃଦୟ ବିଦାରକ ଦୃଶ୍ୟ ଆଗରୁ ଦେଖିଥିବେ କିନ୍ତୁ ଆଜି ଏପରି ଏକ ଘଟଣା ଘଟିଛି ଯାହା ଆପଣ ଦେଖିଲେ ଜାଣିବେ କରୋନା ସନ୍ଦେହରେ ମୃତ୍ୟୁ ଲୋକର ଘର ଲୋକେ ଶବଦାହ ଦୂରର କଥା.. ଶବ ପାଖ ମାଡିଲେନି. ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପୋତନଈ ଗ୍ରାମରେ ଶ୍ରୀନିବାସ ଖୁଣ୍ଟିଆ ଆଜି ମୃତ୍ୟୁବରଣ କରିଥିଲେ.ଖୁଣ୍ଟିଆଙ୍କ ମୃତ୍ୟୁ ହେଇଥିବାବେଳେ କୋଭିଡ ସନ୍ଧେହରେ ଗ୍ରାମବାସୀ ଓ ସର୍ମ୍ପକୀୟ ପାଖ ପଶୁନଥିବା ବେଳେ ଖବର ପାଇ କୁଜଙ୍ଗ BDO ଶ୍ରୀ ଅମୀୟ କୁମାର ପଣ୍ଡା ସେଠାକାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ପରିବର୍ତ୍ତନ ଯୋଦ୍ଧା”କୁ ଅନୁରୋଧ କରିଥିଲେ. ବିଡିଓ ଅମୀୟ କୁମାର ପଣ୍ଡାଙ୍କର ଅନୁରୋଧ କ୍ରମେ ପରିବର୍ତ୍ତନ ଯୋଦ୍ଧାର ସଦସ୍ୟ ମାନେ ପିପିଇ କିଟ ପିନ୍ଧି ଶବଦାହ କରିଥିଲେ. ପରିବର୍ତ୍ତନ ଯୋଦ୍ଧାର ଏପରି କାମକୁ ପାଖ ଅଂଚଳରେ ଓ ସମାଜସେବୀ ମାନେ ପଶଂସା କରିଛନ୍ତି |