ନୂଆ ଆଲୋକ ଦ୍ୱାରା ଅନ୍ନଦାନ କାର୍ଯ୍ୟକ୍ରମର ପଞ୍ଚମ ସପ୍ତାହ

କୋଶଲ ନ୍ୟୁଜ୍ : ଯାଜପୁର (ରବିବାର)- ଇତି ମଧ୍ୟରେ ନୂଆ ଆଲୋକ ର ଅନ୍ନଦାନ କାର୍ଯ୍ୟକ୍ରମ ପଞ୍ଚମ ସପ୍ତାହରେ ପଦାର୍ପଣ କରିଛି । ଆଜି ଅନୁଷ୍ଠାନ ତରଫରୁ #ଯାଜପୁର_ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନ୍ନଦାନ କାର୍ଯ୍ୟକ୍ରମ ନୂଆ ଆଲୋକ ତରଫରୁ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ଆତଙ୍କ, ସମସ୍ତ ଦୋକାନ ବଜାର ବନ୍ଦ, ରୋଗୀ କିମ୍ବା ରୋଗ ତାର ସଂଖ୍ୟା କମିବାର ନାହିଁ । ଜୀବନ ବଂଚିବା ପାଇଁ ସର୍ବନିମ୍ନ ମୁଠାଏ ଖାଦ୍ୟ ଦରକାର । ଏହି କଥାକୁ ଆଖି ଆଗରେ ରଖି ନୂଆ ଆଲୋକର ଅନ୍ନଦାନ କାର୍ଯ୍ୟକ୍ରମ ଚାଲୁରହିଛି।

Comments (0)
Add Comment