୭୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଜୟପାଟଣା ପୋଲିସ୍

ତାମିଲାନାଡୁ ର ତ୍ରିପୁର କୁ ଦାଦାନ ଚାଲାଣ ହେଉଥିବା ସମୟରେ ୭୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି l କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ର ସାନ କର୍ଲାକୋଟ ଠାରୁ ତାମିଲନାଡୁ ଉର୍ଦ୍ଧେଶ୍ଯ ରେ ଯାଉଥିବା ଟିଏନ୍ ୩୩ ଏକେ ୮୪୮୮ ବସ ଟିକୁ ଅଟକ ରଖିଛି ଜୟପାଟଣା ପୋଲିସ l ତେବେ ଏହି ବସ୍ ଟି ୭୫ ଜଣ ଦାଦନ ଶ୍ରମିକଙ୍କୁ ଧରି ତାମିଲନାଡୁର ତ୍ରିପୁର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଜୟପାଟଣା ପୋଲିସ ପହଞ୍ଚି ଉକ୍ତ ବସ ସହ ୨ ଜଣ ଡ୍ରାଇଭର ଙ୍କୁ ଅଟକ ରଖିଛି l ଅନ୍ଯପଟେ ମନରେଗା କାର୍ଯ୍ଯରେ ମାଟି କାମ ରହିଛି l ଯାହାକି କାମ କରିବା ପାଇଁ କଷ୍ଟସାଧ୍ଯ ହୋଇ ପଡୁଛି l ତେବେ ସରକାରୀ ସ୍ତରରେ ନିଜ ଅଞ୍ଚଳ ରେ ଅନ୍ଯ କୌଣଷି କାମ ଯୋଗାଇଦିଅନ୍ତେ ତାହେଲେ ଆମେଉପକୃତ ହୋଇ ପାରନ୍ତୁ ବୋଲି ମତପ୍ରକାଶ କରିଛନ୍ତି ଦାଦନ ଶ୍ରମିକ l

Comments (0)
Add Comment