ଜୁନାଗଡ଼ ଠାରେ ଚାଷୀଙ୍କ ଧାନ ଉଠାଣ ଦାବୀ ରେ ଆଜି କଳାହାଣ୍ଡି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ୨୬ କୁ ଅବରୋଧ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଆଜି ପର୍ଯ୍ୟନ୍ତ ଧାନ ପଡି ରହିଛି । ବର୍ତ୍ତମାନ ମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଏବେ ଚାଷୀ ହତାଶ ପାଲଟିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରଶାସନ ଏବଂ ସ୍ଥାନୀୟ ରାଜନେତାଙ୍କ ମିଲର୍ସ ର ସହିତ ସଲା ସୁତରା ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାର ଅନ୍ନଦାତା ରାସ୍ତା କଡରେ ଛିଡା ହୋଇ କାନ୍ଦୁଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଏବେବି ପଡିଛି । ଅନେକ ଚାଷୀଙ୍କ ଟୋକନ ଆସି ନାହିଁ ତ ଅନେକ ଚାଷୀଙ୍କ ଟୋକନ ଲେପ୍ସ ହୋଇଛି । ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ ଉଠାଣ ଦାବୀରେ ଆଜି କଳାହାଣ୍ଡି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଜୁନାଗଡ଼ ହାତୀନଦୀ ପୋଲ ଜାତୀୟ ରାଜପଥ ୨୬ ଉପରେ ରାସ୍ତା ଅବରୋଧ କରିଥିଲେ । ଦିନ ୧୦ ଟା ରୁ ୧୧ ପର୍ଯ୍ୟନ୍ତ ରାସ୍ତା ଅବରୋଧ ପରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଫଳରେ ଲୋକେ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲ ।

Comments (0)
Add Comment