ନିର୍ବାଚନ ପୂର୍ବରୁ ମାସ୍କାପାଙ୍ଗା ଓ ବଣ୍ଡାପିପିଲିରେ ଲାଗିଲା ଏକାଧିକ ମାଓ ପୋଷ୍ଟର

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କୋଟଗଡ ଥାନା ଅନ୍ତର୍ଗତ ଜୁଡ଼ାବାଲି ପଂଚାୟତ ର ମାସ୍କାପାଙ୍ଗା ଓ ବଣ୍ଡାପିପିଲିରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରି ଗଣତାନ୍ତ୍ରିକ ଲୋକ ସରକାର ଗଠନ ପାଇଁ ବିଜିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏକାଧିକ ପୋଷ୍ଟର ଜରିଆରେ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଛି | ତେବେ ପୋଷ୍ଟରରେ ମିଛ ଓ ଧୋକାବାଜ ପୂର୍ଣ୍ଣ ଲୋକସଭା ଓ ଓଡିଶାର ବିଧାନସଭା ନିର୍ବାଚନ କୁ ବର୍ଜନ କରନ୍ତୁ, ପ୍ରକୃତ ଗଣତନ୍ତ୍ର ପାଇଁ ମାଓବାଦୀ ସଂଘର୍ଶ ପଥରେ ଲଦି ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ l ଦେଶ ଓ ଜନତା ପାଇଁ ସବୁଠାରୁ ବଡ ବିପଦ ବଳିଥିବା ଜନବୀରୋଧ, ଦେଶଦ୍ରୋହୀ ବ୍ରାହ୍ମଣୀୟ ବିଜୁହ ଫାଣିବାଦୀ ରାଜପା ପାର୍ଟି ଓ ଦେଶରେ ପ୍ରଥମେ ସାମ୍ରାଜ୍ୟବାଦୀ ଅନୁକୂଳ ଏଲ୍ ପି କି ନୀତିକୁ ଲାଗୁ କରି ଜନତାଙ୍କ ଉପରେ ଦମନ ଚଳାଇଥିବା କଂଗ୍ରେସ ଓ ଅନ୍ୟ ଧୋକାବାଜ ପାର୍ଟି କୁ ବିରୋଧ କର l କର୍ପୋରେଟ ଙ୍କ ସ୍ୱାର୍ଥରେ ବିଜେପି, ବିଜେଡି ର ସମସ୍ତ ଜନବିରୋଧ, ଦେଶ ବିରୋଧ ନୀତିକୁ ବିରୋଧ କର l ଶ୍ରେଣୀ ସଂଘର୍ଷ, ଜନଯୁଦ୍ଧ କୁ ତେଜ କର,ଶୋଷକ ଶାସକ ବର୍ଗର ବିପ୍ଳତି ବିରୋଧ ରଣନୀତିକ ଯୁଦ୍ଧ, ସମାଧାନ, ସୁରଳ ତୁଣ୍ଡ କମଲା କୁ ପରାସ୍ତ କର l ପୋଟା ସଲ ଓ ଦେଶ ଦ୍ରୋହୀ ଆଇନକୁ ତୁରନୁ ରଦ୍ଦ କର, କୃଷକ, ଶ୍ରମିକ ଙ୍କ ହିତ ବିରୋଧରେ କରିଥ‌ିବା ସମସ୍ତ ପକ୍ଷପାତ ପୂର୍ଣ୍ଣ ଆଇନକୁ ଫେରାଇ ନିଅ l ଜନକ୍ଷଧର ମିଳିଆ ଯୋଗ୍ୟ, ସମାତାର ସତ୍ର, ମିଡିଆ କର୍ମି, ବୁଦ୍ଧିଜିବୀ ଙ୍କ ଉପରେ ଆକ୍ରମଣ କରିବା ବନ୍ଦ କର l ମିଛ କେଶରେ ବନ୍ଦି ଥିବା ସମସ୍ତ ଆଦିବାସୀ, ରାଜନୈତିକ ଜର୍ମି, ସାମାଜିକ କର୍ମିଙ୍କୁ ତୁରନ୍ତ ନିସର୍ଡ ମୁକ୍ତି କର l ସାଶନ ର ସବୁ ବିଭାଗରେ କାମ କରୁଥ‌ିବା କର୍ମଚାରୀ ଙ୍କ ଚାକିରୀ କୁ ସ୍ଥାୟୀ କର l ସେମାଙ୍କର ୱାଜିବ ଦାବି ପୂରଣ କର,ସରକାରର ଏଲ୍ ପିଜି ନୀତି ବିରୋଧରେ ଜନ ଆନ୍ଦୋଜନ ତେଳ କର, ସମାନ ନାଗରିକ ସଂହିତା UCC କୁ ରଦ୍ଦ କର,ଆଦିବାସୀ ବିରୋଧ, ଜନ ବିରୋଧୂ, ପରିବେଶ ଧ୍ୱଂସକାରୀ ୨୦୨୩ ବନସଂରକ୍ଷଣ ଆଇନକୁ ବିରୋଧ କର,ଶିକ୍ଷାକୁ ବ୍ୟବସାୟୀ କରଣ ଓ ଘରୋଇକରଣ କରିବାବାଲା ନୂଆ ଶିକ୍ଷାନୀତି ୨୦୨୦ କୁ ରଦ୍ଦ କରିବା ପାଇଁ ସଂଘର୍ଷ ଜାରୀ ରଖ,ବିକାଶ ନାମରେ ପରିବେଶ ଧ୍ୱଂସକାରୀ ଓ ଜନତା ଙ୍କୁ ଜବରଦସ୍ତି ବିସ୍ଥାପନ କରୁଥିବା କର୍ପୋରେଟ ବିକାଶ ଯୋଜନାକୁ ବିରୋଧ କର, ମିଛ ମାଓବାଦୀ ନାମରେ ଜନତା ଆନ୍ଦୋଜନ କର୍ମିଙ୍କୁ ଗିରଫ କରିବା ବନ୍ଦ କଉ,ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ଉପରେ ଆତଙ୍କ ଓ ପକ୍ଷପାତିତା କରିବା ବନ୍ଦ କର,ଆଦିବାସୀ ଙ୍କ ଅଧୁକାର ପାଇଁ ଆଦିବାସୀ ଅଂଚଜରେ ପେସା କାନୁନ ଓ ଆଦିବାସୀ ସ୍ୱାୟତ୍ତତା ଲାଗୁ କର,କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ସଠିକ ମୂଲ୍ୟ ସହ ପ୍ରତି ବ୍ୟକ୍ତି ହାତକୁ କାମ ଓ ଉପଯୁକୁ ପାଉଣା ଯୋଗାଇ ଦିଅ,ଗାଁ ଗାଁ ରେ ସାମନ୍ତ ଶାସନ କୁ ଶେଷକରି ବିପ୍ଳବି ଜନବାଦୀ ସାଖନ ପ୍ରତିଷ୍ଠା କର,ଗାଜା ଉପରେ ଆମେରିକାର ଭଙ୍ଗିତରେ ଇସରାଇଲର ଜବରଦସ୍ତି ଆକ୍ରମଣକୁ ବିରୋଧ କର,ସ୍ୱତନ୍ତ୍ର ଫିଲିସ୍ଟାଇନ ଦେଶକୁ ସମର୍ଥନ କରନ୍ତୁ,ମଣିପୁର ଆଦିବାସି ଜନତା ଉପରେ ସରକାରୀ ପ୍ରାୟୋଜିତ ଆକ୍ରମଣକୁ ବିରୋଧ କରନ୍ତୁ ଭଳି ବହୁ ଆହ୍ୱାନ ରହିଛି l ନିର୍ବାଚନ ପୂର୍ବରୁ ଏଭଳି ପୁଳା ପୁଳା ମାଓ ପୋଷ୍ଟର ଲାଗିବା ସାଧାରଣ ଲୋକଙ୍କୁ ଚକିତ କରିଛି ଏବଂ କୋଟଗଡ ଅଂଚଳରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛି l ପୋଲିସ କିମ୍ବା ଜିଲ୍ଲା ପ୍ରଶାସନର ଏବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ଦ୍ବନ୍ଦରେ ରହିଛନ୍ତି ଅଞ୍ଚଳବାସୀ l
ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment