ପ୍ରଚାର ଶେଷ ଦିନରେ ବିଜେଡି ଓ ବିଜେପି ର ଶକ୍ତି ପ୍ରଦର୍ଶନ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଆଉ ମାତ୍ର ଗୋଟିଏ ଦିନ ପରେ ଭୋଟ ।ଆଜି ଶେଷ ହୋଇଛି ନିର୍ବାଚନ ପ୍ରଚାର । କନ୍ଧମାଳ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ଦ୍ଵାରା ୧୪୪ ଧାରା ଲାଗୁ କରାଯାଇଛି । ସବୁ ଦଳର ଦଳୀୟ ପୋଷ୍ଟର ବେନର ଏବଂ ପତାକା ହଟାଇ ଦେଇଛି ସ୍ଥାନୀୟ ବ୍ଲକ ପ୍ରଶାସନ । ଖାଁ ଖାଁ ଲାଗୁଚି ଛକ ବଜାର । ତେବେ ଆଜି ସକାଳୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରର ଶେଷ ଦିନ ହୋଇଥିବାରୁ ବେଶ ସରଗରମ ରହିଥିଲା ପ୍ରଚାର ମାହଲ । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ଦଳ ବିଜେପି ଓ ବିଜେଡି ର ଶତାଧିକ ବାଇକ ରେ ସହସ୍ରାଧିକ କର୍ମୀ ଓ ସମର୍ଥକ ଙ୍କୁ ନେଇ ପୃଥକ ଭାବେ ବିଶାଳ ରାଲି କରି ନିଜନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଅଞ୍ଚଳ ବାସୀଙ୍କୁ । ବିଜେପି ଦଳର ତୁମୁଡିବନ୍ଧ ଜଳେଶ୍ବର ମନ୍ଦିର ଠାରୁ ଆରମ୍ଭ କରି ମେଡିକାଲ ଛକ , ମୁଖ୍ୟ ବଜାର ଦେଇ ମୁଣ୍ଡିଗଡ଼ ଗ୍ରାମ ପର୍ଯ୍ୟନ୍ତ ଦଳୀୟ ନାରାବାଜି ଦେଇ ଏହି ଶୋଭାଯାତ୍ରା କରିଥିଲେ । ସେହିଭଳି ବିଜେଡି ଦଳର ଶତାଧିକ କର୍ମୀ ଓ ସମର୍ଥକ ମେଡିକାଲ ଛକ ଠାରେ ଥିବା ବିଜେଡି କାର୍ଯ୍ୟାଳୟ ରୁ ବାହାରି ଭାଲିଆପାଣି ଗ୍ରାମ କୁ ଯାଇ ଭୋଟ ପ୍ରଚାର କରିଥିଲେ । ଉଭୟ ଦଳର ଦଳୀୟ ନାରାବାଜି ରେ କମ୍ପି ଉଠିଥିଲା ତୁମୁଡିବନ୍ଧ ମୁଖ୍ୟ ବଜାର । ବିଜେପି ର ବିଶାଳ ରାଲିକୁ ବରିଷ୍ଠ ନେତା ନେତ୍ର ମାନସେଠ ନେତୃତ୍ୱ ନେଇ ନିଜ ଦଳର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଅନ୍ୟ ପଟେ ବେଜେଡି ର ବିଶାଳ ରାଲିକୁ ବ୍ଲକ ସଭାପତି ପ୍ରମୋଦ ସାହୁ ନେତୃତ୍ୱ ନେଇଥିଲେ । ପ୍ରଚାର ଶେଷ ଦିନରେ ଦୁଇ ଦଳର ଶକ୍ତି ପ୍ରଦର୍ଶନ କୁ ନେଇ ତୁମୁଡିବନ୍ଧ ଛକ ବଜାର ରେ ନିର୍ବାଚନ ସିମୀକ୍ଷକ ମାନଙ୍କ ଦ୍ଵାରା ନାନା ଅଙ୍କକସା ଓ ଆକଳନ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ପ୍ରଚାର ଶେଷ କରି ବୁଥ୍ ମୁହାଁ ହୋଇଛନ୍ତି ସମସ୍ତ ରାଜନୈତିକ ଦଳ l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment