ପ୍ରବଳ ବର୍ଷା ଓ ବଜ୍ରପାତ ରେ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ :ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବୀ

ବାଲିଗୁଡା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା଼ ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହେବା ଫଳରେ ଏହି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମେଣ୍ଢାଙ୍କ ମଧ୍ୟରୁ ଗ୍ରାମର ବଳରାମ ଗୌଡ଼ଙ୍କର ୧୭ଟି ହୋଇଥିବା ବେଳେ କୃଷ୍ଣ ଗୌଡ଼ଙ୍କର ୧୦ଟି ରହିଛି । ତେବେ ଉଭୟ ଗରିବ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments (0)
Add Comment