ବାଲିଗୁଡା: ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଟାବଲେଟ ପ୍ରଦାନ

ବାଲିଗୁଡ଼ା,(କୋଶଲ ନ୍ୟୁଜ): ସମଗ୍ର ଦେଶରେ କରୋନା ଭୟାଭୟ ଓ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ଦୃଷ୍ଟି ରେ ରଖି ପାଠ୍ୟକ୍ରମ କୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବାସମିତି ଅଧିନରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ନିମନ୍ତେ ସୁଦୂର ଜର୍ମାନୀ ର ଏକ ସଂସ୍ଥା ଆଶାକିରଣ ର ସହାୟତାରେ ଅନଲାଇନ ପାଠ ପଢିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି | ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ର ଦୁଇଗୋଟି ମୂଲ୍ୟବାନ ସଂଜ୍ଞା ବିଷୟରେ ଆଲୋକ ପାତ କରି ବୁଝାଇ ଥିଲେ | ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରନ ଶିକ୍ଷାରେ ସଫଳତା ହାସଲ କରିବା ନିମନ୍ତେ ମନ୍ତ୍ର ପ୍ରଦାନ ଓ ଭୁବନେଶ୍ୱରର ଡ. ବେଣୁଧର ସୁତାର ଏହି ପ୍ରକଳ୍ପ ଏବଂ ସହାୟତାର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ |

ଏଥିରେ ଶିଶୁ ବିକାଶ ଅଧିକାରିଣୀ ଅନିତା ଦାଶ, ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଏବଂ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ | ଶେଷରେ ସହ ସମ୍ପାଦକ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଭବିଷ୍ୟତ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ

Comments (0)
Add Comment