ସଡ଼କ ଦୁର୍ଘଟଣା ରେ ଜଣେ ମୃତ l ତୁମୁଡିବନ୍ଧରେ ଉତ୍ତେଜନା ଓ ରାସ୍ତାରୋକ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ସଡ଼କ ଦୁର୍ଘଟଣା ରେ ଜଣେ ମୃତ l ତୁମୁଡିବନ୍ଧରେ ଉତ୍ତେଜନା ଓ ରାସ୍ତାରୋକ ଜାରିରହିଛି l ସଡ଼କ ଦୁର୍ଘଟଣାରେ ତୁମୁଡିବନ୍ଧ ମୋଟର ଚାଳକ ସଂଘ ସଦସ୍ୟ ତଥା ଜଣେ ଡ୍ରାଇଭର ରାଜେଶ ପ୍ରଧାନୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ତୁମୁଡିବନ୍ଧ ମଞ୍ଜିଆପଦା ଗ୍ରାମର ରାଜେଶ ପ୍ରଧାନୀ ଆଜି ଅର୍ଥାତ ଶନିବାର ଦିନ ନିଜ ଓଡି୧୨ବି ୩୫୮୭ ନଂ ବିଶିଷ୍ଟ ହିରୋ ଗ୍ଲାମର ମୋଟର ସାଇକେଲ ରେ କୌଣସି କାର୍ଯ୍ୟରେ ବାଲିଗୁଡ଼ା ଯାଇ ପ୍ରତ୍ୟାବର୍ତନ କରୁଥିବା ବେଳେ ଅପରାହ୍ନରେ ଗଦ୍ରଙ୍ଗିଆ ଘାଟି ତଳ ପରଂପଙ୍ଗା ଗ୍ରାମ ନିକଟରେ ୫୯ ନଂ ଜାତୀୟ ରାଜପଥରେ କୌଣସି ଏକ ଯାନ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଉଥିଲା l ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ବାଲିଗୁଡ଼ା ପୋଲିସ ପହଞ୍ଚି ଶବକୁ ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ l ମୃତ୍ୟୁ ବ୍ୟକ୍ତି ଙ୍କ କ୍ଷତି ପୁରଣ ଦାବିରେ ପରିବାର ବର୍ଗ ଓ ଗ୍ରାମବାସୀ ତୁମୁଡିବନ୍ଧ ମୁଖ୍ୟବଜାର ଜଗନ୍ନାଥ ମନ୍ଦିର ଛକରେ ଟାୟାର ଜାଳି ୫ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି l ଫଳରେ ଶତାଧିକ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ସମସ୍ତ ରାତ୍ରି କାଳୀନ ଯାତ୍ରୀବାହି ବସ ଯାତାୟାତ ବନ୍ଦ ରହିଛି ଓ ଏକାଧିକ ମାଲବାହୀ ଟ୍ରକ ରାସ୍ତା କଡରେ ଠିଆ ହୋଇ ରହିଛି । ଅବରୋଧ ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ପରିସ୍ଥିତି ଅନୁଧ୍ୟାନ କରୁଛି l ଅନ୍ୟ କୌଣସି ସରକାରୀ ପଦାଧିକାରୀ ବର୍ତମାନ ସୁଦ୍ଧା ଅବରୋଧ ସ୍ଥଳରେ ପହଞ୍ଚି ନାହାନ୍ତି l ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଅବରୋଧ ଜାରି ରହିଛି l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment