ସାମ୍ବାଦିକଙ୍କୁ ଫୁଲବାଣୀ ଟାଉନ ଥାନାର ସବ-ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପି ଙ୍କୁ ଦାବିପତ୍ର

ବାଲିଗୁଡ଼ା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଚଳିତ ମାସ ୧୯ ତାରିଖ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକ ଙ୍କୁ ଗାଳିଗୁଲଜ କରିବା ସହ ସମସ୍ତ ସାମ୍ବାଦିକ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିବା ବେଳେ ଜଣେ କାର୍ଯ୍ୟ ରତ ପୁଲିସ ଅଧିକାରୀ ଏଭଳି ମନ୍ତବ୍ୟକୁ ନେଇ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଙ୍କ ସଭାପତିତ୍ବରେ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ ଙ୍କ ଜରିଆରେ କନ୍ଧମାଳ ଏସପି ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଯଦି କନ୍ଧମାଳ ଏସପି ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି। ଦାବୀ ପ୍ରଦାନ ବେଳେ ସାମ୍ବାଦିକ ମନୋରଂଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ପବିତ୍ର ଦିଗାଲ, ସତ୍ୟ ନାରାୟଣ ପଣ୍ଡା ଓ ଧର୍ମପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment