ପାଣିରେ ବୁଡ଼ି ଶିଶୁର ଅକାଳ ମୃତ୍ୟୁ

କନ୍ଧମାଳ,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃତ୍ୟୁ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଗ୍ରାମର ଗ୍ରାମ ସାଥି ବିରାଜ କହଁରଙ୍କ ୩ ବର୍ଷର ସାନ ପୁଅ ତାର ମା ଜମଲିନିଙ୍କ ସହ ବିଲକୁ ଯାଇଥିଲା ।
ମା କାମକରୁଥିବାବେଳେ ଶିଶୁଟି ଜମି ହୁଡାରେ ଖେଳୁଥିଲା ଆଉ ଖେଳୁଖେଳୁ ଖାତ ଭିତରେ ପଡିଯାଇଥିଲା। ଦେଖିବାପରେ ମା ଓ ଅନ୍ୟମାନେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

Comments (0)
Add Comment