ତୁମୁଡିବନ୍ଧ ଭାଜପା ପକ୍ଷରୁ ବାଇକ ରାଲିରେ ତ୍ରିରଙ୍ଗା ଯାତ୍ରା

ତୁମୁଡିବନ୍ଧ(କୋଶଲ ନ୍ୟୁଜ) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତୁମୁଡିବନ୍ଧ ଭାଜପା ମଣ୍ଡଳରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ବୁଧବାର ଦିନ ପୂର୍ବାହ୍ନ ସମୟରେ ତୁମୁଡିବନ୍ଧ ମଣ୍ଡଳ ସଭାପତିଙ୍କ ଦ୍ୱାରା ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମାତ୍ର ହାତଗଣତି ୧୦ ରୁ ୧୫ ଜଣ ଭାଜପା କର୍ମୀ ଉପସ୍ଥିତ ଥିବାବେଳେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରବୀନ୍ଦ୍ର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ନେତ୍ର ମାନସେଠ୍, ଶ୍ରୀ ଚନ୍ଦ୍ର ପରାସେଠ୍ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ପରିଲକ୍ଷିତ ହୋଇଛି l ଅପରପକ୍ଷେ ଭାଜପା ମଣ୍ଡଳ ଯୁବ ସଭାପତି ଶଙ୍କର ବଡ଼ନାୟକଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଉପସ୍ଥିତି ଏବଂ ତତ୍ୱାବଧାନରେ ଅପରାହ୍ନରେ ଶତାଧିକ କର୍ମୀଙ୍କୁ ସାମିଲ କରାଇ ଶହେରୁ ଉର୍ଦ୍ଧ ବାଇକରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା l ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ତତ୍ୱାବଧାନରେ କୋଟଗଡ଼ ବ୍ଲକ, ବେଲଘର ଏବଂ ବାଲିଗୁଡ଼ାରେ ସହସ୍ରାଧିକ ଭାଜପା କର୍ମୀ ଏବଂ ସମର୍ଥକଙ୍କୁ ସାମିଲ କରାଇ ବାଇକ ରାଲିରେ ଘରେ ଘରେ ତ୍ରିରଙ୍ଗାର ବାର୍ତ୍ତା ପହଞ୍ଚାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ନାୟକ, ପରମା ବେହେରଦଳେଇ, ଦିବାକର ଦଣ୍ଡସେନା ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment