କେନ୍ଦୁଝର ଯୋଡ଼ା ବ୍ଳକ ବି ଡି ଓ ଙ୍କର ଲାଞ୍ଚ କାରବାର

ଶ୍ରୀ ଯୋଗେଶ୍ୱର ନାଏକ ,ବି ଡି ଓ ଯୋଡ଼ା ଗତ ମାର୍ଚ୍ଚ 4 ତାରିଖରେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଜିଲାପାଳ ଙ୍କ ଦ୍ଵାରା ପୁରସ୍କୃତ ହୁଅନ୍ତି । ତାର ଅନେକ ପୂର୍ବରୁ ବି ଡି ଓ ଙ୍କର ଅତ୍ୟଧିକ ଲାଞ୍ଚ କାରବାର କୁ ଏକ ଚିଠି ମାଧ୍ୟମରେ ଗ୍ରାମ ପଞ୍ଚୟାତ ର ସରପଞ୍ଚ ମାନେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅବଗତ କରନ୍ତି । ମାତ୍ର ଜନ ପ୍ରତିନିଧି ମାନଙ୍କର ଏହି ପ୍ରୟାସ ତାଙ୍କ ଦୁଷ୍କର୍ମର ପର୍ଦା ଫାସ କରିବାରେ ବିଫଳ ହୁଏ ଓ ଶ୍ରେଷ୍ଠ ବିଡ଼ିଓ ଭାବେ ପୁରସ୍କୃତ ହୁଅନ୍ତି ଏହି ଦୁର୍ନୀତିଗ୍ରସ୍ତ ଅଫିସର ଜଣଙ୍କ । କେଉଁ ପରିସ୍ଥିତିରେ ଓ କେଉଁ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ତାଙ୍କୁ ପୁରସ୍କୃତ କରାଯାଏ ତାହା ସାଧାରଣରେ ଭୃ କୁଂଚନ ସୃଷ୍ଟି କରେ । ଖବର ଅନୁସାରେ ଅଂସେଇକଳା ଗ୍ରାମ ପଂଚାୟତ ର ପି ଇ ଓ ଯାଜ୍ଞସେନି ବେହେରା ପଞ୍ଚାୟତ ର କେତେଗୁଡିଏ ନଳକୂପ ମରାମତି ବାବଦକୁ ବିଲ ବି ଡ଼ି ଓ ମହାଶୟ ଙ୍କୁ ପାସ କରିବାକୁ ଦେଇଥିଲେ । ମାତ୍ର ବି ଡି ଓ ମହାଶୟ ଏହି ବିଲ ବାବଦକୁ ଅଧିକ ଅର୍ଥ ଲାଞ୍ଚ ଆକାର ରେ ଦାବି କରିଥିଲେ ,ମାତ୍ର ପି ଇ ଓ ଏହା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଓ ଚାକିରିରୁ ସସପେଣ୍ଡ କରିଦେବାର ଧମକ ଦେଇଥିଲେ । ସେଥିରେ ଅତିଷ୍ଠ ହୋଇ ପି ଇ ଓ ମହାଶୟା ଲାଞ୍ଚ ବାବଦକୁ ଅର୍ଥ ଯୋଗାଡ଼ କରି ଦେବା ସମୟର ଭି ଡି ଓ କୁ ଜଣେ ଗଣ ମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଲୋକ ଲୋଚନକୁ ଆଣିଲେ । ଚୋର ମୁହଁ ଟାଣ ଏହି ଲୋକ କଥା କୁ କେମିତି ଅସ୍ବୀକାର କରିବେ ବି ଡି ଓ ମହାଶୟ । ସେ ନିଜର ବଡୀମା ବଖାଣି ଗଣ ମାଧ୍ୟମ ର ପ୍ରତିନିଧି ଙ୍କୁ ଗାଳି ଦେବାକୁ ପଛେଇ ନ ଥିଲେ । ତାହା ମଧ୍ୟ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରଶାସନ ତାଙ୍କୁ ଚାକିରିରୁ ଅନ୍ତର ନ କରି ପଞ୍ଚୟାତ ରାଜ ଅଫିସକୁ ବଦଳି କରିଥିଲେ । ଏହି ଲାଞ୍ଚୁଆ ଅଫିସର ଜଣକ ଲୋକଙ୍କର କି ଉପକାର କରୁଥିବେ ବା ସରକାରୀ ପଇସାର ଅପଚୟ କିପରି ହେଉଥିବ ତାହା ନିଶ୍ଚିତ ଭାବରେ ଅନୁମାନ କରି ହେବ । ସରକାର ଦୁର୍ନୀତିମୁକ୍ତ ହେବାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହି ସରକାରୀ ବାବୁ ଓ ଏହିପରି ସରକାରୀ ବାବୁ ମାନଙ୍କୁ କିପରି ଦଣ୍ଡିତ କରି ଜନସାଧାରଣ ଙ୍କର ଅସ୍ଥା ଭାଜନ ହେଉଛନ୍ତୁ ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment