ଲାଠୋର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଙ୍କ ମନମୁଖୀ କାର୍ଯ୍ୟ

ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ମ୍ୟାନେଜର ସୋମ୍ୟରଞ୍ଜନ ମିଶ୍ର ଙ୍କ କାର୍ଯ୍ୟକଳାପ ରେ ଲୋକେ ଅତିଷ୍ଠ। ସୂଚନା ଅନୁସାରେ ଚାଉଲଡିଆ ଗ୍ରାମ ର ଜଲନ୍ଧର ମହାନନ୍ଦ ଗୋଟିଏ କୁକୁଡ଼ା ଫାର୍ମ ଖୋଲିବା ପାଇଁ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ରେ ୠଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଶ୍ରୀ ମିଶ୍ର ଜଲନ୍ଧର ଙ୍କ କାଗଜ ପତ୍ର ଯାଞ୍ଚ ନକରି ଆଜି ଆସ କାଲି ଆସ କହି ଦିନ ଗଡାଇ ଚାଲିଥିଲେ। ଆଜି ଯେତେବେଳେ ଜଲନ୍ଧର ନିଜ ସହୋଯୋଗୀ ଲାଏବନ ଙ୍କୁ ସାଙ୍ଗରେ ନେଇ ବ୍ୟାଙ୍କ କୁ ଯାଇଥିଲେ ସେତେବେଳେ ବ୍ୟାଙ୍କ୍ ମ୍ୟାନେଜର ସୋମ୍ୟରଞ୍ଜନ ମିଶ୍ର ଏସସି,ଏସଟି କେଟାଗିରିର ବ୍ୟକ୍ତି ବିଶେଷ ଙ୍କୁ ଆମ ବ୍ୟାଙ୍କ ରେ ଋଣ ଦେବାର ପ୍ରାବଧାନ ନାହିଁ ଏହା ଆମ ଗାଇଡ ଲାଇନ ରେ ଅଛି ବୋଲି କହିଥିଲେ। ଏହାଶୁଣି ଜଲନ୍ଧର ଯଦି ଆପଣଙ୍କ ଗାଇଡ ଲାଇନ ରେ ଏସସି,ଏସଟି ଙ୍କୁ ଋଣ ଦେବାକୁ ମନା କରାଯାଇଛି ତାହେଲେ ଆପଣ ଆମକୁ ଲିଖିତ ଆକାରରେ ଦିଅନ୍ତୁ ବୋଲି ଦାବି କରିଥିଲେ।

ଆପଣଙ୍କ ଗାଇଡ ଲାଇନ ଦେଖାନ୍ତୁ ବୋଲି କହିବାରୁ ସେ କୁହନ୍ତି ଜଣଙ୍କୁ ମୁଁ ପଚାରିବାରୁ ସେ ଏକଥା କହିଛନ୍ତି।ବଡ ଆଶ୍ଚର୍ଯ୍ୟ ର ବିଷୟ ଜଣେ ବ୍ୟାଙ୍କ୍ ମ୍ୟାନେଜର ବାହାରୁ ଜଣଙ୍କର କଥା ଶୁଣି କାଗଜ ପତ୍ର ଯାଞ୍ଚ ନକରି ଏସସି,ଏସଟି ଙ୍କୁ ଋଣ ମିଳିବ ନାହିଁ ବୋଲି କହିବା କେତେ ଦୂର ଯୁକ୍ତିଯୁକ୍ତ।ବହୁ ସମୟ ଅପେକ୍ଷା କଲା ପରେ ବ୍ୟାଙ୍କ ମ୍ୟାନେଜର ଜଲନ୍ଧର ଙ୍କୁ ସୋମବାର ଦିନ ଆସ ଦେଖିବା ବୋଲି କହିଛନ୍ତି। ସେହିପରି ଗତ ୧୩ ଦିନ ହେଲାଣି ପୁନଃ ନିଯୁକ୍ତି ଦାବି ନେଇ ଲାଠୋର ଗ୍ରାମର ଯୁବକ ମୋତିରାମ ତାଣ୍ଡି ଅନଶନ ରେ ବସିଛନ୍ତି।ସେ ଆଗରୁ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ରେ ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ତାଙ୍କୁ କୈାଣସି କାରଣ ନ ଦର୍ଶାଇ ଚାକିରୀ ରୁ ବାହାର କରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ମୋତିରାମ ତାଣ୍ଡି।୧୩ ଦିନ ହୋଇଯାଇଥିଲେ ମଧ୍ୟ କୈାଣସି ଅଧିକାରୀ ମତେ ଭେଟିବାକୁ ଆସି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୋତିରାମ। ଯଦି ଜଣେ ବ୍ୟାଙ୍କ୍ ମ୍ୟାନେଜର ଏଭଳି ଭାବରେ ଗ୍ରାହକ ଙ୍କ ସହିତ ବ୍ୟବହାର କରିବେ ତାହେଲେ ବ୍ୟାଙ୍କ ଲୋକଙ୍କ ପାଖରେ କିପରି ବିଶ୍ଵାସଭାଜନ ହୋଇପାରିବ।

Comments (0)
Add Comment