ବଜ୍ରାଘାତରେ ଦୁଇ ମୃତ ଜଣେ ଆହତ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁଵର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବର୍ଡାକଟା ଗାଁରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁ ପତ୍ର ଫଡିରେ ପତ୍ର ବାନ୍ଧୁଥିବା ବେଳେ ଏହି ଅଘଟଣ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବହଲପଦର ଗାଁର ତ୍ରିଲୋଚନ ପଧାନ ଓ ଭାଲୁଚୁଆଁ ଗାଁର ବାସନ୍ତି ମୁଣ୍ଡା । ବିରମହାରାଜପୁର ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ବ୍ୟକ୍ତି ସମାରୁ ମୁଣ୍ଡାକୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତାର କରାଯାଇଛି ।ତଳେ ବସି କେନ୍ଦୁପତ୍ର ବାନ୍ଧୁଥିବା ବେଳେ ବଜ୍ରପାତ ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

Comments (0)
Add Comment