ଦିନ ମଜୁରିଆ ହୋଇ ପଦ୍ମ ଫୁଟାଇଲେ

ଶ୍ରମିକଙ୍କ ସ୍ତ୍ରୀ ଜିତିଲେ ବିଧାୟକ ଆସନ । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଚର୍ଚ୍ଚିତ ଚେହେରା ଚନ୍ଦନା ବାଉରୀ ଟିଏମସିକୁ ମାତ ଦେଇ ହାତେଇଛନ୍ତି ଏମଏଲଏ ପଦ । ବାହୁବଳ କି ଟଙ୍କା ବଳ ନୁହେଁ ଜିତିଲା ମନୋବଳ । ଦିନମଜୁରିଆଙ୍କ ସ୍ତ୍ରୀ ହେଲେ ବିଧାୟକ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ସାଲତୋରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ୩୦ ବର୍ଷୀୟ ଚନ୍ଦନା ବାଉରୀ ହେଲେ ବିଜୟୀ । ଚନ୍ଦନା ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ରହିଛି ମାତ୍ର ୩୦,୩୧୧ ଟଙ୍କା । ତାଙ୍କ ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟରରେ ହୋଇଛି ପ୍ରଂଶସାର ବର୍ଷା ।

ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ ୪,୧୪୫ ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଚନ୍ଦନା ବାଉରୀ । ବାଉରୀଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରି ଦୈନିକ ୪୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ କି ତାଙ୍କର ପକ୍କା ଘରଟିଏ କି ପାଇଖାନାଟିଏ ବି ନଥିଲା । ଏବେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଟଙ୍କାରେ ଘରଟିଏ କରିବାକୁ ସକ୍ଷମ ହେଉଛନ୍ତି । ସେ କହିଛନ୍ତି କି ତୃଣମୂଳ ଦୁର୍ନୀତିଗ୍ରସ୍ତ ଥିବାବେଳେ କେନ୍ଦ୍ର ଯୋଜନାର ଟଙ୍କା ଆତ୍ମସାତ ହେଉଥିଲା । ଏଣୁ ସେ ବିଜେପିର ବିକାଶ ମନ୍ତ୍ର ଓ ନିଜ ଦୃଢ ଆଭିମୁଖ୍ୟ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖରେ ପହଞ୍ଚାଇ ଜୟଯୁକ୍ତ ହୋଇଛନ୍ତି ।

Comments (0)
Add Comment