ମହୁଲ ଅଭାବି ବିକ୍ରିର ଶିକାର ହେଉଛନ୍ତି ଆଦିବାସୀ , ମାଲାମାଲ୍ ହେଉଛନ୍ତି ଦଲାଲ୍ ଓ ମଦଭାଟି ମାଲିକ

ସରକାର ଶଷ୍ଯ ପନିପରିବା ଆଦିର ଅଭାବି ବିକ୍ରି ନେଇ ସବୁ ବେଳେ ସମାଲୋଚନା ର ସରବେ ହେଉଛନ୍ତି ତଥାବି ଅଭାବି ବିକ୍ରି ରୋକିବା ନେଇ ସବୁବେଳେ ସଫଳ ପଦକ୍ଷେପ ନେଉ ନାହାନ୍ତି l କଳାହାଣ୍ଡି ରୁ ଆସିଛି ମହୁଳ ଅଭାବି ବିକ୍ରି ଅଭିଯୋଗ l ମହୁଳ ଗୋଟେଇ ଜୀବନ ଜିବିକା ନର୍ବାହ କରୁଥିବା ଆଦିବାସୀ ମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି l ଅନ୍ଯ ପଟେ ଦଲାଲ ଏବଂ ମଦଭାଟି ମାଲିକ ମାଲାମାଲ ହେଉଛନ୍ତି l ଆଦିବାସୀ ପରିବାର ର ଛୋଟ ରୁ ବଡ ସମସ୍ତେ ମହୁଲ ସଂଗ୍ରହ କରନ୍ତି l  ଦିନ ଯାକ ଝାଳ ବୁହା ପରିଶ୍ରମ କରି ମହୁଲ ଗୋଟାଉ ଥିଲେ ମଧ୍ଯ ଉଚିତ ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ ହୋଇଛି l ଅନ୍ଯପଟେ ସାଗ ମାଛ ଦରରେ ମଦଭାଟି ମାଲିକ ଓ ଦଲାଲ୍ ମାନେ ଆଦିବାସୀ ଙ୍କ ଠାରୁ ମହୁଲ କିଣି ମାଲାମାଲ ହେଉଛନ୍ତି l ନିୟମ ଅଛି ମହୁଲ ସଂଗ୍ରହ କରି ପଞ୍ଚାୟତ କାର୍ଯ୍ଯାଳୟ ରେ ଗଚ୍ଛିତ ରଖିବା ପରେ ବିକ୍ରି କରାଯିବ l ହେଲେ ପଞ୍ଚାୟତରେ ମହୁଲ ରଖାଯାଉ ନାହିଁ l ଆଉ ଏହାର ଫାଇଦା ଉଠାଉଛନ୍ତି ଦଲାଲ୍ ମାନେ l ପଞ୍ଚାୟତ ଆଇନ ଅନୁସାରେ ମହୁଲ ବିକ୍ରି ହେଲେ ଉଭୟ ଆଦିବାସୀ ଓ ସରକାର ଲାଭବାନ ହୁଅନ୍ତେ l ସରକାର ମହୁଲ ବିକ୍ରି ପ୍ରତି ଦୃଷ୍ଟି ଦେଲେ ଆଦିବାସୀ ମାନେ ଲାଭବାନ ହୋଇ ପାରନ୍ତେ l

Comments (0)
Add Comment