ଘର ଭିତରେ ଚାଲିଥିଲା ଗଞ୍ଜେଇ କାରବାର ଯୁବକ ଗିରଫ

ମାଲକାନଗିରି (କୋଶଲ ନ୍ୟୁଜ୍) ଘର ଭିତରେ ଚାଲିଥିଲା ଗଞ୍ଜେଇ କାରବାର ପୋଲିସ କରିଛି ଏହାର ପର୍ଦାଫାଶ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସରିଆପଳି ଗ୍ରାମରେ ଚାଲୁଥିଲା ଗଞ୍ଜେଇ କାରବାର l ବିଶେଷ ସୂତ୍ରରୁ ଖବର ପାଇଁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ASI ରାଜେନ୍ଦ୍ର ପାଙ୍ଗିଙ୍କ ନେତୃତ୍ୱରେ ଏକ ଟିମ ସରିଆପାଲି ଗ୍ରାମର ଦୈତାରି ବାଗର୍ତିଆତଙ୍କ ଘରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଅଭିଯୁକ୍ତଙ୍ ଘରୁ ଏକ କୁଇଣ୍ଟାଲ ଗଞ୍ଜେଇ ସହ ଏକ ସୁପର XL ଗାଡ଼ିକୁ ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ। ଚିତ୍ରକୋଣ୍ଡା ଥାନାରେ କେସ ନଂ -୮୯/୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments (0)
Add Comment