ଠିକା କର୍ମୀଙ୍କ ଅବହେଳା ଯୋଗୁଁ ଅଙ୍ଗନୱାଡି ଶିଶୁଙ୍କ ପାଇଁ ତିଆରି ହେଲା ନିମ୍ନ ମାନର ଶୌଚାଳୟ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଦିଲି ଗ୍ରାମ ପଞ୍ଚାୟତର ଏମ୍.ପି.ଭି-୫ ନମ୍ବର ଗ୍ରାମ ର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ କୁନି କୁନି ପିଲାମାନଙ୍କୁ ପାଇଁ ନିର୍ମାଣ ହେଉଥିବା, ପାଇଖାନାକୁ ନିର୍ମାଣରେ ଦୁର୍ନୀତି l ଏହି କାର୍ଯ୍ୟରେ ନାଁ ଠିକ ଭାବରେ ବ୍ୟବହାର ହୋଇଛି ପଥର ନାଁ ଲୁହା ନା ସିମେଣ୍ଟ l ଅଳ୍ପ ମାତ୍ରାରେ ସିମେଣ୍ଟ ଦେଇ ସିଙ୍ଗେଲ ଇଟାରେ କାନ୍ଥ ତିଆରି କରାଯାଇଛି। ଏହାଛଡ଼ା ଲାଟିନ ଟାଙ୍କି ମଧ୍ୟ ଅତି କ୍ଷୁଦ୍ର କରାଯାଇଛି। ଲୁହା ପାଇପ୍ ବଦଳରେ ବ୍ୟବହୃତ କରାଯାଉଛି କାଠ, ଖୁବ ଖୁଦ୍ର ଆକାରରେ ଏହି ପାଇଖାନା ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି l ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ କରି କିଛି ଅସାଧୁ ଠିକାକର୍ମୀ ଲାଭବାନ ହେଉଛନ୍ତି। ଖାଲି ଏତିକି ନୁହେଁ , କିଛି ସରକାରୀ ବାବୁ ଏବଂ ଠିକାକର୍ମୀ ଙ୍କ ମଧୁ ଚନ୍ଦୀ୍କା ରେ ଏଭଳି କାର୍ଯ୍ୟ କରାଯାଉଅଛି l

ପାଇଖାନା ଦୁର୍ନୀତିର ଶିକାର ହେଲେ କୁନି କୁନି ପିଲାମାନେ l ଅତି ଶିଘ୍ର ତଦନ୍ତ କରିବା ସହିତ ପାଇଖାନା ନିର୍ମାଣ କରିଥିବା ଅସାଧୁ ଠିକାଦାରଙ୍କ ଉପରେ ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ସାଧାରଣରେ ଦାବି ହେଉଛି l

Comments (0)
Add Comment