କାର୍ଯ୍ୟରତ ଆଶା କର୍ମୀ ନିଖୋଜ, ଥାନାରେ ଏତଲା

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ କତାଗୁଡା ଗ୍ରାମର ଜଣେ ମହିଳା ଆଶା କର୍ମୀ ନିଖୋଜ ହୋଇଥିବା ନେଇ ପଡିଆ ଥାନାରେ ଅଭିଯୋଗ । ମିଳିଥିବା ସୂଚନା ଅନୁସାରେ ଗତ ୩ ତାରିଖ ଦିନ ଅପରାହ୍ନ ପ୍ରାୟ ୩ ଟା ବେଳେ ଆଶା କର୍ମୀ ସ୍ଵପ୍ନା ବାୟା ଜଣେ ଗର୍ଭବତୀ ମହିଳାଙ୍କୁ ମାଲକାନଗିରି ମେଡିକାଲ ନେଇ ଯିବାର ଅଛି କହି ଘରୁ କେଉଁ ଆଡକୁ ଚାଲି ଯାଇଥିଲେ ।ସ୍ଵପ୍ନା ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତାଗୁଡା ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟରତ ଥିଲେ ।
ତାଙ୍କର ୫ ବର୍ଷର ଝିଅ ରହିଛି l ସନ୍ଧ୍ୟା ହୋଇଯିବା ପରେ ସ୍ଵପ୍ନା ଘରକୁ ନଫେରିବାରୁ ସ୍ଵପ୍ନା ର ସ୍ୱାମୀ ଜଗଦୀଶ ବାୟା ଏଣେତେଣେ ଖୋଜା ଖୋଜି କରିଥିଲେ । ଦୁଇ ତିନି ଦିନ ଧରି ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସ୍ୱପ୍ନାର କୌଣସି ଖବର ମିଳି ନ ଥିଲା l ସ୍ଵପ୍ନା ପାଖକୁ call କରିବାରୁ ତାର ମୋବାଇଲ ସୁଇଚ୍ ଅଫ କହୁଥିଲା l ଖୋଜା ଖୋଜି ପରେ ନ ମିଳିବାରୁ ପରିବାର ଲୋକ ପଡିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପଡିଆ ଥାନାରେ ଏକ ଏମ୍.ଏମ୍.ଆର ସଂଖ୍ୟା ୦୭ ଦାଖଲ କରିଛନ୍ତି l ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରୀ ରଖିଥିବା ପଡିଆ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି l

Comments (0)
Add Comment