ମୌଳିକ ସୁବିଧାରୁ ବଞ୍ଚିତ ଅଟଲଗୁଡା ଗ୍ରାମବାସୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ସ୍ୱାଧୀନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧା ରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ କୁଟୁନିପାଲି ପଞ୍ଚାୟତର ଅଟଲଗୁଡା ଗ୍ରାମବାସୀ l ଏମାନଙ୍କ ପାଖରେ ନା ଅଛି ପିଇବା ପାଇଁ ପାଣିର ସୁବିଧା ନା ଅଛି ଗମନାଗମନ ପାଇଁ ଭଲ ରାସ୍ତା l ସୂଚନା ମୁତାବକ ଗ୍ରାମରେ ପ୍ରାୟ 200 ପରିବାର ରହୁଥିଲେ ସେମାନଙ୍କ ପାଇଁ ସର୍ବମୋଟ 3ଟି ନଳକୂପ ଅଛି, ସେଥି ମଧ୍ୟରୁ 2ଟି ନଳକୂପ ପ୍ରାୟ 7 ମାସ ହେଲେ ଅଚଳ ହେଇଯାଇଛି l ଯୋଉ ଗୋଟିଏ ନଳ କୂପ କାମ କରୁଛି ସେଥିରୁ ମଧ୍ୟ ବିଷାକ୍ତ ଜଳ ବାହାରୁଥିବା ଏବଂ ତାକୁ ପିଇ ଗାଁ ଲୋକେ ନାନାଦି ରୋଗରେ ପୀଡିତ ହେଉଛନ୍ତି l ସେହି ସମୟରେ ପିଇବା ପାଣି ପାଇଁ ଲୋକେ ବାଧ୍ୟ ହେଇ ନଦୀର ଗୋଳଆ, ଦୂଷିତ ପାଣିକୁ ଭରୋସା କରୁଛନ୍ତି l କେବଳ ଏତିକି ନୁହେଁ ଗାଁକୁ ଯିବା ପାଇଁ ଗୋଟିଏ ଭଲ ରାସ୍ତା ବି ନାହିଁ l ବର୍ଷା ସମୟ ରେ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଗ୍ରାମରେ ପହଞ୍ଚି ପାରୁନାହିଁ l ବାଧ୍ୟ୍ୟ ହେଇ ଗ୍ରାମବାସୀ ମାନେ ରୋଗୀଙ୍କୁ ଖଟିୟା ରେ ବୋହି ଡାକ୍ତରଖାନା ନେଉଛନ୍ତି l

ଏହି ବାବଦରେ ଗ୍ରାମବାସୀ ମାନେ ବାରମ୍ବାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ l
ତେବେ ଦେଖିବାକୁ ବାକି ରହିଲା ଏହି ଗ୍ରାମବାସୀଙ୍କୁ ପାଇଁଭଲ ରାସ୍ତା, ପିଇବା ପାଣିର ସୁବିଧା ପ୍ରଶାସନ କେବେ ଯୋଗାଇ ଦେଉଛନ୍ତି l

Comments (0)
Add Comment