ଭର୍ଚୁଆଲ ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ସପ୍ତାହ ଉପରେ ସଚେତନତା

ମାଲକାନଗିରି ( କୋଶଲ ନ୍ୟୁଜ୍) ଆନ୍ତର୍ଜାତୀୟ ଯୋଗ ସପ୍ତାହ ପାଳନ ଅବସରରେ ସ୍ଥାନିୟ ଏମଭି 79 ଡାଃ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ଭର୍ଚୁଆଲ ମାଧ୍ୟମରେ ଯୋଗ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅଧକ୍ଷ ଡଃ ପ୍ରଶାନ୍ତ କୁମାର ପାଢ଼ି ଙ୍କ ଅଧ୍ୟକ୍ଷତା ରେ ଆଜି ର ଏହି ଭର୍ଚୁଆଲ ମିଟିଂ ରେ ସୁଦୂର ରାଜସ୍ତାନ୍ ରୁ ଯୋଗ ଏବ୍ଂ ପ୍ରାକୃତିକ ସ୍ୱାସ୍ଥ୍ୟ ପ୍ରଫେସର ଡାଃ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଏମଭି 79 ଡାଃ ଶ୍ୟାମାପ୍ରସାଦ କଲେଜ ର ଛାତ୍ରଛାତ୍ରୀ ଓ ଭର୍ଚୁଆଲ ମିଟିଂ ରେ ଯୋଡି ହୋଇଥିବା ସମସ୍ତ ସଦସ୍ୟ ଙ୍କୁ ଯୋଗ ଉପରେ ସଚେତନ କରିଥିଲେ।ଡାଃ ସରୋଜ ସାହୁ ଭର୍ଚୁଆଲ ମାଧ୍ୟମରେ ନିଜର ସ୍କ୍ରିନ୍ ସେୟାର୍ କରି ଭର୍ଚୁଆଲ ମିଟିଂ ରେ ଯୋଡି ହୋଇଥିବା ସମସ୍ତ ସଦସ୍ୟ ଙ୍କୁ ପିପିଟି ମାଧ୍ୟମ ରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଯୋଗ ର ଉପକାରିତା ବାବଦରେ କହିବା ସହ ବିଶ୍ଵ ସ୍ୱାସ୍ଥ ସଂଗଠନ ପକ୍ଷରୁ ଯୋଗ ଉପରେ କରାଯାଇଥିବା ବିଭିନ୍ନ ଉଦ୍ଦେଶ୍ୟ ଓ କରୋନା ମହାମାରୀ ସମୟରେ ରୋଗ ପ୍ରତି ଶୋଧକ ଶକ୍ତି ବୃଦ୍ଧିରେ କ୍ଷେତ୍ରରେ, ନିଜର ଶାରୀରିକ ବିକାଶ କ୍ଷେତ୍ରରେ, ଯୋଗ ଦ୍ବାରା କିଭଲି ମଧୁମେହ, ରକ୍ତ ଚାପ, ଆଦି କିଭଲି ସହାୟକ ହେବ ସେ ଉପରେ ମଧ୍ୟ ବିଶେଷ ଆଲୋଚନା କରିଥିଲେ। ଆଜି ର ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ରେ ଅନ୍ୟ ଜଣେ ମୁଖ୍ୟ ଅତିଥି ଭାବେ କଟକ ରୁ ଆୟୁର୍ବେଦିକ କାୟା ଚିକିତ୍ସକ ଡାଃ ସଞୀବ କୁମାର ଦାସ ମାତୃ ଦୁଗ୍ଧ, ମାତୃ ବ୍ରେଷ୍ଟ ଫିଡିଂ ଉପରେ, ତୃତୀୟ ଲହର ର ପ୍ରଭାବ ପିଲା ଙ୍କ ଉପରେ ପଡୁଥିବା ର ସମ୍ଭାବନା ରହିଥିବା ରୁ କିଭଲି ଓ କେଉଁ ସବୁ ସଚେତନତା ଆପଣେଇବା ତାହା ଆୟୁର୍ବେଦ, ପ୍ରାକୃତିକ ଉପାଦେୟ ଯଥା ତୁଳସୀ ଅର୍କ, ହଳଦୀ ଅର୍କ, ଚୋବନ ପ୍ରାସ ଆଦି ର ମହତ୍ବ ଉପରେ ବିଶେଷ ଆଲୋଚନା କରୁଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ରୁ ଉଚ୍ଚ ଶିକ୍ଷା ବିଭାଗ ର ଏନ୍ ଏନ୍ ଏସ୍ ସଂଯୋଜକ ଡାଃ ଚିନ୍ତନ ବ୍ରହ୍ମା ଆଗାମୀ ଦିନ ରେ ଯୋଗ କୁ ନେଇ ଛାତ୍ରଛାତ୍ରୀ ମାନେ କିଭଲି ନିଜର କ୍ୟାରିୟର କରି ପାରିବେ ସେ ଉପରେ ଆଲୋଚନା କରିଥିଲେ। ଆଜି ର ଏହି ଭର୍ଚୁଆଲ ବୈଠକ ଟିକୁ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଏନ୍ ଏସ୍ ଏସ୍ ଶ୍ରୀମତୀ ନମିତା ଦଣ୍ଡସେନା,ସ୍ଥାନୀୟ ଏମଭି 79 ମହାବିଦ୍ୟାଳୟ ର କାର୍ଯ୍ୟକ୍ରମ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ଯୁବ ରେଡ୍ କ୍ରସ ସମ୍ପାଦକ ତଥା ଆବାହକ ଡଃ ରଞ୍ଜନ କୁମାର ସ୍ଵାଇଁ,ଯୁବ ରେଡ୍ କ୍ରସ୍ ର ସଂଯୋଜକ ଡାଃ ଆଶିଷ କୁମାର ରାଠୋର, ଡାଃ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଡାଃ ପ୍ରଦୀପ୍ତ କୁମାର ମିଶ୍ର, , କାଲିମେଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ର ଡାଃ ପଦ୍ମ ଲୋଚନ ରାଉତ, କାଲିମେଳା ଜୁନିୟର ମହାବିଦ୍ୟାଳୟ ର ହିମାଂଶୁ ବୈଦ୍ୟ, କୁଡୁମୁଲୁଗୁମ୍ମା ଜୁନିୟର ମହାବିଦ୍ୟାଳୟ ର ଅଧକ୍ଷ ଗୌରୀ ଶଙ୍କର ବେହେରା,କୁଡୁମୁଲୁଗୁମ୍ମା ଡିଗ୍ରୀ ର ଅଧ୍ୟାପକ ଅଶୋକ ସାହୁ,ମାଲକାନଗିରି ଜୁନିୟର ମହିଳା ମହାବିଦ୍ୟାଳୟ ର ଅଧକ୍ଷ ଦୁଷ୍ମନ୍ତ କୁମାର ଜେନା, ସ୍ଥାନୀୟ ଏମଭି 79 ର ଅଧ୍ୟାପକ ବସନ୍ତ କୁମାର ବିଶ୍ଵାଳ,ସନ୍ତୋଷ କୁମାର ପ୍ରହରାଜ,ଲୋକ ନାଥ ମହାକୁଡ , ଭରତ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ନାହକ, ରିକି ବାରିକ, ସୁଜିତ୍ ଢ଼ାଳି, ସ୍ଥାନୀୟ ଏମଭି 79 ଅଞ୍ଚଳ ର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ର ସମ୍ପାଦକ ପ୍ରହଲ୍ଲାଦ ଦାସ, ସୂରଜ କୁମାର ବେହେରା ଆଦି ଯୋଗ ଦେବା ସହ ସଚେତନତା କାର୍ଯ୍ୟକ୍ରମ ର ଆଲୋଚନା ରେ ସାମିଲ ହୋଇଥିଲେ।ଶେଷରେ ଡାଃ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଡାଃ ପ୍ରଶାନ୍ତ କୁମାର ପାଢ଼ି ଭର୍ଚୁଆଲ ମିଟିଂ ରେ ଯୋଡି ହୋଉଥିବା ସମସ୍ତ ମୁଖ୍ୟ ଅତିଥି, ସମସ୍ତ ମହାବିଦ୍ୟାଳୟ ର ଅଧକ୍ଷ, ଅଧ୍ୟାପକ, ଛାତ୍ରଛାତ୍ରୀ, ସ୍ବେଛାସେବୀ ଓ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Comments (0)
Add Comment