ଭୈରବ ମନ୍ଦିର ନିକଟରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୩0 ଜଣ ଶ୍ରମିକଙ୍କୁ ଉଦ୍ଧାର

ମାଲକାନଗିରି ( କୋଶଲ ନ୍ୟୁଜ୍) ଦଲାଲ୍ ମାନଙ୍କର ବିଭିନ୍ନ ପ୍ରକାରର ପ୍ରଲୋଭନର ଶିକାର ହେଉଛନ୍ତି, ନିରୀହ ଆଦିବାସୀ ଅଧୁସୀତ ଅଞ୍ଚଳର ବହୁ ନାବାଳିକା ଓ ନାବାଳିକା l
ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି ସଦର ମହକୁମା ୩୨୬ ନମ୍ବର ଜାତୀୟ ରାଜପଥର ଭୈରବ ମନ୍ଦିର ନିକଟରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୩0 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି   ଜିଲ୍ଲା ଶ୍ରମ ବିଭାଗ ଓ ପୋଲିସ l ଦଲାଲ ମାନେ ୩ ଟି ବୋଲେରୋ ଗାଡ଼ିରେ ୩0 ଜଣ ଶ୍ରମିକଙ୍କୁ ଆନ୍ଧ୍ର ପ୍ରଦେଶର ଭୀମାଭରମ ରେ ଥିବା ଜୟଲକ୍ଷ୍ମୀ ଚିଙ୍ଗୁଡ଼ି କମ୍ପାନୀ ରେ କାମ କରାଇବାକୁ ନେଉଥିବା l ବିଶେଷ ସୂତ୍ରରୁ ଖବର ପାଇଁ ଭୈରବ ମନ୍ଦିର ନିକଟରେ ୩ ଟି ବୋଲେରୋ ଗାଡିକୁ ଅଟକାଇ ଚାଲାଣ ହେଉଥିବା ୩ 0ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି lଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ଥିବା ବେଳେ ଅଳ୍ପ କିଛି ଯୁବକ ରହିଛନ୍ତି l ଏହି ସବୁ ଲୋକଙ୍କୁ ଜଣେ ଦଲାଲ ଜିଲ୍ଲାର ମାର୍କାପାଲି, ବୀର ଲକ୍ଷ୍ମଣପୁର, ଧୁଙ୍ଗିଆ ପୁଟ, ପଟେରୁ, ଗିରକାନପାଲି, ଆମ୍ବାଗୁଡା, ଦଳପତିଗୁଡା, ପରକନମାଳା ଗ୍ରାମରୁ ମୋଟ ୩0ଜଣ ଶ୍ରମିକକୁ ଅଧିକ ଅର୍ଥ ଦେବାର ପ୍ରତିଶୃତି ଦେଇ ଆନ୍ଧ୍ର କୁ କାମ କରିବାକୁ ନେବା ପାଇଁ ମାଲକାନଗିରି ଆଣିଥିଲା l ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ ମାନେ ସମସ୍ତ ଶ୍ରମିକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଥିବାବେଳେ, ଏମାନଙ୍କ ମଧ୍ୟରେ କେତେ ଜଣ ନାବାଳିକା ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି l

Comments (0)
Add Comment