ଅନ୍ଧବିଶ୍ୱାସର ବସବର୍ତି ନ’ହୋଇ, କୋବିଡ ଟୀକା ନେବାପାଇଁ ବଣ୍ଡାଘାଟିରେ ସଚେତନତା କଲେ ଭୁବନେଶ୍ୱରର ଆକ୍ସନ ଏଇଡ୍ ସଂସ୍ଥା ।

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି ପର୍ବତମାଳାରେ ରହୁଥିବା ବଣ୍ଡା ଓ ଦିଦାୟୀ ଜନଜାତିଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତିା ସାରା ବିଶ୍ୱ ଓ ଆମ ଦେଶରୁ ଏହି ଜନଜାତି ଙ୍କ ବଂଶ ଆସ୍ତେ ଆସ୍ତେ ବିଲୁପ୍ତ ହେଉଥିବା ବେଳେ ଏହି ଜନଜାତି କିପରି ବିଲୁପ୍ତ ନ ହୋଇ ଆଧୁନିକ ପରମ୍ପରାରେ ଜୀବନ ଶୈଳୀ ବିତାଇବେ ସେଥିପାଇଁ ପ୍ରଚେଷ୍ଟା ଜାରି ରହିଛିା ତଥାପି ଏମାନେ ନିଜର ବଂଶାନୁକ୍ରମିକ ପରମ୍ପରାକୁ ଏବେମଧ୍ୟ ପାଳନ କରି ଅନ୍ଧବିଶ୍ୱାସର ବସବର୍ତି ହୋଇ ଗୁଣି ଗାରେଡି, ଦେଶୀ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ଖାଦ୍ୟପେୟ ପୋଷାକ, ଭାଷା, ଚାଲିଚଲଣର ଆଂଶିକ ପରିବର୍ତନ ହୋଇଛିା କୋବିଡ ମହାମାରିରୁ ବଂଚିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ଏମାନଙ୍କୁ ସଚେତନତା କରୁଥିଲେ ମଧ୍ୟ କୋବିଡ ଟୀକା ନେବାପାଇଁ ଅନେକ ଇଛା ପ୍‌କାଶ କରୁନାହାନ୍ତି ।

ଏମାନଙ୍କୁକିପରି କୋବିଡ୍ ଟିକାକରଣ କରା ଯିବ ସେଥିପାଇଁ ଭୁବ ନେଶ୍ୱରର ଆକ୍ସନ ଏଇଡ ସଂସ୍ଥା ବଣ୍ଡାଘାଟିରେ ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତର ବାଉଁଶପଡା, ବାଣ୍ଡିଗୁଡା, ବନ୍ଧଗୁଡା, ବଡବେଲ୍‌, ପଦେଇଗୁଡା, କିର୍ସାନିଗୁଡା, ସିଲେଇଗୁଡଡା ପ୍ରଭୃତି ଗ୍ରାମ ଗୁଡିକୁ ଯାଇ କୋବିଡ ସଂକ୍ରମଣ ରୋଗ ସମ୍ବନ୍ଧରେ ସଚେତନ କରିବା ସହ ଏଥିରୁ ବଂଚିବା ପାଇଁ ଟୀକାକରଣର ଆବଶ୍ୟ୍‌କତା ସମ୍ବନ୍ଧରେ ବୁଝାଇଥିଲୋ ୧୦୦ ଗୋଟି ପରିବାରକୁ ଟିକା ନେବାକୁ ଉତ୍ସାହିତ କରିବା ସହ ପ୍ରତି ପରିବାରକୁ ୩୦ କେଜି ଚାଉଳ, ୨ କେଜି ଡାଲି, ୧ କେଜି ଚିନି, ୧ କେଜି ସୋୟାବିନ୍ ବଡି, ଦୁଇ ଲିଟର ତେଲ, ସାବୁନ, ବିସ୍କୁଟ, ହଳଦି ଗୁଣ୍ଡ, ମରିଚ ଗୁଣ୍ଡ ଇତ୍ୟାଦି ଦେବା ସହ ମାସ୍କ ଓ ସାନିଟାଇଜର ବିତରଣ କରିଥିଲୋ ଏହି କା ର୍ଯ୍ୟକ୍ରମକୁ ପରେବର୍ତନର ସମ୍ପାଦକ ସନ୍ତୋଷ ସୁକ୍ଲା, ମୁଦୁଲିପଡା ସରପଂଚଙ୍କ ସହ ବଣ୍ଡା ଯୁବକ ଘାସି, ଶଙ୍କର, ସାବିତ୍ରି ପରିଚାଳନା କରିଥିଲୋ

Comments (0)
Add Comment