ମୋଟୁ ସୀମାନ୍ତ ଚେକ ପଏଣ୍ଟ ଠାରେ ପ୍ରବାସୀ ଶ୍ରମିକଙ୍କୁ BJD ପକ୍ଷରୁ ଶୁଖିଲା ଖାଦ୍ୟ,ପାନୀୟ ଜଳ ବଣ୍ଟନ

ମାଲକାନଗିରି ( କୋଶଲ ନ୍ୟୁଜ୍) ସାରା ଦେଶରେ କରନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ବର୍ତ୍ତମାନ ଚାରିଆଡେ ଲକ ଡାଉନ ଓ ସଟ ଡାଉନ ଜାରି କରାଯାଇଛି । ଏଭଳି ସ୍ଥିତିରେ ଅନେକ ଲୋକେ ନିଜ ଘର ଛାଡ଼ି ବାହାର ରାଜ୍ୟରେ ପେଟ ପାଇଁ ପରିବାର ପାଇଁ କାମ କରିବାକୁ ଯାଇଥିଲେ l ସେମାନେ ଲକ ଡାଉନ ଯୋଗୁଁ କାମ ନଥିବାରୁ ନିଜ ଅଞ୍ଚଳକୁ ଫେରୁଛନ୍ତି ।ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତ ଦେଇ ନୀତିଦିନ ସହ ସହ ପ୍ରବାସୀ ନିଜ ଘର ମୁହାଁ ହେଉଛନ୍ତି । ଏହି ପ୍ରବାସୀ ମାନେ କଷ୍ଟ ଦାୟକ ଯାତ୍ରା କରି ନିଜ ଘରକୁ ଫେରୁଥିବା ବେଳେ ଆଜି ମୋଟୁ ସୀମାନ୍ତ ରେ ମାଲକାନଗିରି ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରବାସୀ ଙ୍କୁ ଶୁଖିଲା ଖାଦ୍ୟ,ପାନୀୟ ଜଳ, ମାସ୍କ ଇତ୍ୟାଦିବଣ୍ଟନ କରାଯାଇଛି ।

ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାବାଙ୍କ ନେତୃତ୍ୱରେ ମାଲକାନଗିରି ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାଏକ, ରାଜୀବ ଲୋଚନ ସୀସା, କଣ୍ଟେଶ୍ୱର ପଟଲା, ଏ ରାଜୁ ରାଓ, ସୁନୀଲ ସାହୁ, ଆସିସ ବାଇନ, ମନୋଜ ପଟ୍ଟନାୟକ, ଚିରଞ୍ଜୀବ ଵାଲା ପ୍ରମୁଖ ମୋଟୁ ସୀମାନ୍ତ ରେ ପହଁଚି ପ୍ରବାସୀ ଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହ ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

Comments (0)
Add Comment