ଉତ୍ତମ ବାୟୋ କ୍ଲିନ୍ ଫୁଲ ଏଣ୍ଡ ଏନାରଜୀ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରକ୍ତଦାନ କେନ୍ଦ୍ର

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ଗ୍ରାମପଞ୍ଚାୟତ ଠାରେ ଉତ୍ତମ ବାୟୋ କ୍ଲିନ୍ ଫୁଲ ଏଣ୍ଡ ଏନାରଜୀ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା SDC ଅଧକ୍ଷ ମାନସ ମାଡକାମୀ ଓ କାଲିମେଳା ବିଡିଓ ଉମାଶଙ୍କର ଦଳାଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ଲୁଗେଲ ପଞ୍ଚାୟତର ସରପଞ୍ଚ ଗ୍ରାମବାସୀ ଉପସ୍ଥିତ ଥିଲେ l ଆଜିର ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ର ଆବାହକ ଉତ୍ତମ ମଲ୍ଲିକ ସମସ୍ତ ସ୍ବେଛାସେବୀ ଓ ସ୍ଵେଚ୍ଛାକୃତ ଭାବରେ ରକ୍ତ ଦେଇଥିବା ରକ୍ତ ଦାତା ଙ୍କୁ ଭିଡ଼ିଓ call ମଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment