ବଣ୍ଡା ଘାଟିର ବିକାଶର ସମିକ୍ଷା କଲେ ନୂତନ ଜିଲ୍ଲାପାଳ

ମାଲକାନଗିରି (କୋଶଲ ନ୍ୟୁଜ୍) କୋରନାର ପ୍ରଥମ ଲହରରେ ବଣ୍ଡା ଘାଟିରେ କରୋନା ମହାମାରି ଛୁଇଁ ପାରି ନଥିଲା କିନ୍ତୁ ଦ୍ୱିତୀୟ ଲହରିରେ ଅନେକ ବଣ୍ଡା ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ।ବର୍ତମାନ ମଧ୍ୟ ସେହି ଅଞ୍ଚଳରେ କୋରନା ନିୟମ କିଭଳି ଭାବେ ପାଳନ ହେଉଛି ଓ ସେହି ଅଞ୍ଚଳର ଲୋକଙ୍କ ସମସ୍ୟା ସମ୍ବନ୍ଧରେ ସ୍ଥିତି ପରକ୍ଷିବାକୁ ପହଁଚିଥିଲେ ନୂତନ ଜିଲ୍ଲାପାଳ ବିଶାଲ ସିଂ l ଆଜି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ପ୍ରଥମ କରି ବଣ୍ଡା ଘାଟି ଗସ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ ଓ ତାଙ୍କ ସହ ମାଲକାନଗିରି ଅରକ୍ଷ ଅଧିକ୍ଷକ ଡି ରିଷିକେଶ କିଲାରି ଜିଲ୍ଲାର ଆଦିମ ଜନଜାତି ରହୁଥିବା ବଣ୍ଡାଘାଟି ଗସ୍ତ କରିଥିଲେ । ଆଜିର ଏହି ଗ୍ରସ୍ତରେ ମାଲକାନଗିରିରୁ ବଣ୍ଡା ଘାଟିକୁ ଏକ ସରକାରୀ ବସ୍ ସେବା ଯୋଗାଇବା ସହ ଓ ମୁଦୁଲିପଡାରେ ଏକ ସାପ୍ତାହିକ ହାଟ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ଏହାକୁ ଖୁବ୍ ଶିଘ୍ର ପୁରଣ କରାଯିବ ବୋଲି ଜିଲ୍ଲାପାଳ ଓ ଏସ.ପି ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଜିଲ୍ଲାପାଳ ଓ ଏସ.ପି ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟର କିଭଳି ରୂପେ ଉନ୍ନତି କରଣ କରାଯାଇ ପାରିବ ସେ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶି ଧର କରଙ୍କ ସହ ଆଲୋଚନା କରିଥିଲେ । ଆଜିର ଏହି ଗସ୍ତରେ ମାଲକାନଗିରି ଖଇରପୁଟ ବ୍ଲକ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି , ଖଇରପୁଟ ବି.ଡି.ଓ ହୃଦାରଞ୍ଜନ ସାହୁ , ମୁଦୁଲିପଡା ସରପଞ୍ଚ ଜ୍ୟୋସ୍ନା ରାଣି ଧାଙ୍ଗଡା ମାଝି ଙ୍କ ସହ ବହୁ ସରକାରୀ ଅଧିକାରୀ ସାମିଲ‌ଥିଲେ ।

Comments (0)
Add Comment