ସିମା ବିବାଦକୁ ନେଇ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଜଣେ ଗିରଫ

ମାଲକାନଗିରି ( କୋଶଲ ନ୍ୟୁଜ୍) ସିମା ବିବାଦକୁନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡପିଟ୍ ଘଟଣାରେ ଜଣେ ବୟସ୍କ ମହିଳାଙ୍କୁ ଆକ୍ରମଣ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଥାନା ଶିଖ୍‌ପାଲ୍ଲୀ ଗ୍ରାମପଂଚାୟତ ଏମ.ଭି-୧୭ ନମ୍ବର ଗ୍ରାମ ନିକଟ ମାଳକାନଗିିରି ମୋଟୁ ମୁଖ୍ୟ ରାସ୍ତା କଡରେ ଏକ ଜମି ସିମା ବିବାଦକୁନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାଡପିଟ୍ ହେଇଥିଲା l ମାଡପିଟ ସମୟରେ ଜଣେ ବୟସ୍କ ମହିଳାଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ କ୍ଷତ ବିକ୍ଷତହେବା ସହ ତାଙ୍କ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଏବଂ ତାଙ୍କ ହାତ ଭାଙ୍ଗି ଯାଇଥିଲା l ଏହି ଘଟଣାକୁ ନେଇ ମାଲକାନଗିରି ଥାନାରେ ମାମଲା ରୁଜୁ କରିଥିଲେ ଥାନା ଅଧିକାରୀ କେସ୍ ନମ୍ବର ୨୦୬ ଅନୁଯାୟୀ କେସ୍‌ର ତଦନ୍ତ କରାଯାଇ ଅମିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଉସାରାଣିଙ୍କ ପୁଅ ସୁଜନ୍ ରାସ୍ତା କଡରେ ଏକ ଘର କରି ହୋଟେଲ୍ ବ୍ୟବସାୟ କରୁଥିଲେ । ତାଙ୍କ ସିମାକୁ ଲାଗି ଅମିତ୍ ମଣ୍ଡଲ ଏକ ଛୋଟ ଘର କରି ସେହି ସ୍ଥାନରେ ବ୍ୟବସାୟ କରୁଥିଲେ । କୌଣସି କାରଣରୁ ସିମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ମାର୍‌ପିଟ୍ ହୋଇଥିଲା । ଏଥିରେ ଅମିତ୍ ମଣ୍ଡଲ୍ , ପର୍‌ଜିତ୍ ମଣ୍ଡଲ , ସୁଜିତ୍ ମଣ୍ଡଲ ପ୍ରତିପକ୍ଷ ସୁଜନ ଶିଲ୍ , ଉସାରାଣି ଶିଲ୍ , ଏବଂ ସୁଜନ୍‌ର ଭାଉଜ ବିଜୁଳି ଶିଲ୍ ଓ ତାଙ୍କର ମାମୁଁ ଲବ କବିରାଜଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ସୁଜନ୍ ସିଲ୍‌ଙ୍କ ହାତ ଭାଙ୍ଗିବା ସହ , ମାଆ ଉସାରାଣୀଙ୍କର ହାତ ଭାଙ୍ଗି ଯାଇଛି । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିପରି ଅପରପକ୍ଷରେ ସୁଜନ୍ , ତାଙ୍କର ମାଆ ଉଷାରାଣିଙ୍କ ବିରୁଦ୍ଧରେ ପାଲଟା ଆକ୍ରମଣ କରିଥିବାର ଅମିତ୍ ଓ ପରଜିତ୍ ଅଭିଯୋଗ କରିଛନ୍ତି । ଅମିତ୍ , ପରଜିତ୍ ଓ ସୁଜିତ୍ ମଧ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି । ସୁଜ୍‌ନ୍ ଏବଂ ତାଙ୍କ ମାଆ ଉଷାରାଣି ଅଭିଯୋଗ କରିଛନ୍ତି ଯେ ଆମକୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି । ଏହାକୁ ଅମିତ୍ ଏବଂ ତାଙ୍କପରିବାର ଅଶ୍ୱିକାର କରିଛନ୍ତି । ଅମିତ୍‌ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ଜାମିନ୍‌ରେ ଯାଇଥିବା ଜଣାପଡିଛି । ମାଲକାନଗିରି ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରଖିଥିବା ମାଲକାନଗିରି ଆଇ.ଆଇ.ସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି ।

Comments (0)
Add Comment