କମ୍ବିଂ ଅପରେସନକୁ ଯାଇ BSF ଜବାନଙ୍କ ମୃତ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଚିନ୍ତଲୱ।ଡ଼ା ପଞ୍ଚାୟତରେ ଅବସ୍ଥିତ BN 88 BSF ଜବାନ ଜିତେନ୍ଦ୍ର ସିଂ ବୟସ 40 ଆଜି ସକାଳୁ ସାଥୀ ଜବାନଙ୍କ ସହ ନିକଟସ୍ଥ ଜଙ୍ଗଲକୁ କୁମ୍ବିଂ ଅପରେସନକୁ ଯାଇଥିଲେ। ଚତୁର୍ଦ୍ଦିଗ ର ପାହାଡ଼ ଘେରା ଅଞ୍ଚଳ ହଠାତ୍ ଜବାନ ଜଣଙ୍କ ଶରୀର ଅସୁସ୍ଥ ହେବାରୁ ସହଯୋଗୀ ଜବାନମାନେ ଜଙ୍ଗଲ ର କାଠ ବାଉଁଶ ସାହାଯ୍ୟ ରେ ଷ୍ଟ୍ରେଚର କରି ଜଵାନଙ୍କୁ ବାହାରକୁ ଆଣିଥିଲେ। ତାପରେ ସେଠାରୁ ସରକାରୀ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚାଇବା ପୂର୍ବରୁ ଜବାନଙ୍କ ପ୍ରାଣବାୟୁ ଉଡି ଯାଇଥିଲା। କାଲିମେଳା ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଚିକିତ୍ସାରେ ତପ୍ତରତା ଦେଖାଇଥିଲେ। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ବୀର ଜଵାନଙ୍କୁ ଦୁଃଖର ସହ ମୃତ ଘୋଷଣା କରିଥିଲେ। ଚିକିତ୍ସା ଅଧିକାରୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ଓ ଏହା ଶଵଵ୍ୟଵଚ୍ଛେଦ ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ। ଜବାନଙ୍କ ଅକାଳ ବିୟୋଗରେ ଉପସ୍ଥିତ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ,BSF ଅଧିକାରୀ ଓ ଜବାନ, ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି।ମୃତ ଜବାନଙ୍କ ଶରୀରକୁ BSF ଆମ୍ବୁଲାନ୍ସ ଯୋଗେ ସଦର ମାଲକାନଗିରିକୁ ସମ୍ମାନେ ନିଆଯାଇ ନିୟମାନୁଯାୟୀ ତାଙ୍କ ବାସସ୍ଥାନ ରାଜସ୍ଥାନ କୁ ପଠାଯିବ। ବିଶେଷ ଖବର ସୂତ୍ରରୁ ଜଣାପଡିଛି ଯେ ସର୍ପାଘାତ ଯୋଗୁଁ ଜବାନଙ୍କ ଦେହାନ୍ତ ଘଟିଛି।

Comments (0)
Add Comment