କରୋନାରେ ସଂକ୍ରମିତରେ ପ୍ରତିଷ୍ଠାବାନ ବ୍ଯବସାୟୀ ଶାନ୍ତିଲାଲଙ୍କ ଦେହାନ୍ତ

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ସଫଳ ପ୍ରତିଷ୍ଠାବାନ ବ୍ଯବସାୟୀ ଶାନ୍ତିଲାଲ l ମିଳିଥିବା ସୂଚନା ଅନୁସାରେ ଶାନ୍ତିଲାଲଙ୍କୁ ପୂର୍ବରୁ ହିଁ କିିଡିନ୍ ଓ ହାର୍ଟ ସମସ୍ଯା ଥିଲା l ଏହାର ଚିକିତ୍ସା ନିମନ୍ତେ ସେ ରାୟପୁର ହସ୍ପିଟାଲରେ ଯାଉଥିଲେ l ଜୁନ୍ ପହିଲାରେ ତାଙ୍କ ସ୍ବାସ୍ଥ୍ଯ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ମାଲକାନଗିରି ତାଙ୍କ ବାସଭବନରୁ ତୁରନ୍ତ ରାୟପୁର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା l ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା | ଆଜି ରାୟପୁର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି | ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା | ଭାଇଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସାନ ଭାଇ ସୁରେଶ ସୋମାନି ରାୟପୁର ଗସ୍ତ କରିଛନ୍ତି |କୋଭିଡ ନିୟମ ଅନୁସାରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ନାହିଁ l ତେଣୁ କଭିଡ ନିୟମ ଅନୁସାରେ ରାୟପୁରରେ ତାଙ୍କର ଅନ୍ତେଷ୍ଟି କାର୍ଯ୍ଯ ସଂପନ୍ନ ହେବ | ଶାନ୍ତିଲାଲ ଜଣେ ଶାନ୍ତଶିଷ୍ଠ,ପରୋପକାରୀ,ସମାଜସେବୀ,ଧର୍ମ ପରାୟଣ ,ମିଷ୍ଠ ଭାଷୀ ବ୍ଯକ୍ତିଥିଲେ | ଜିଲ୍ଲାରେ ଆୟୋଜିତ ହେଉଥିବା ସବୁ ଉତ୍ସବରେ ତାଙ୍କର ପୂର୍ଣ୍ଣ ସହଯୋଗ ରହୁଥିଲା | ଜିଲ୍ଲାରେ ତାଙ୍କର ଧାନ ମିଲ,ପେଟ୍ରୋଲ ପମ୍ପ,ଲୁଗା ଦୋକାନ, ହୋଟେଲ୍, କନଷ୍ଟ୍ରକ୍ସ, ହାର୍ଡୱେର ଆଦି ବିଭିନ୍ନ ବ୍ଯବସାୟ ରହିଛି | ତାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା ଜଣେ ସଫଳ ବ୍ଯବସାୟୀଙ୍କୁ ହରାଇବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

Comments (0)
Add Comment