ଦାଦନ ନାଁ ରେ ସ୍କୁଲ ପଢୁଥିବା ନାବାଳିକାଙ୍କୁ ଚାଲାଣ

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଙ୍କୁ ସଚେତନତା କରିବା ସହ ମାସ୍କ ଚେକିଂ ଓ ସାମାଜିକ ଦୂରତା ବଜାଏରଖିବା ପାଇଁ ସବୁ ଦିନ ଭଳି ତହସିଲଦାର ଓ ପୋଲିସ ପ୍ରଶାସନ ଚେକ କରୁଥିଲେ l ଏହି ସମୟରେ OD 01 P2623 ଗାଡ଼ିରେ ୫ ଜଣ ନାବାଳିକା ବସିଥିବାର ଦେଖା ଯାଇଥିଲା l ଗାଡ଼ିରେ ନାବାଳିକାଙ୍କୁ ଦେଖି ସ°ଦେହ ହେବାରୁ ତହସିଲଦାର ବିଜୟ ମାଣ୍ଡାଙ୍ଗୀ ଗାଡିଟିକୁ ଅଟକାଇ ଝିଅ ମାନଙ୍କୁ କୁଆଡେ ଯାଉଛ ବୋଲି ଜାଣିବାକୁ ଚାହିଁଥିଲେ l କିନ୍ତୁ ଝିଅମାନେ କୈାଣସି ବିଶ୍ୱାସଯୋଗ୍ୟ ଉତ୍ତର ନ ଦେବାରୁ ତହସିଲଦାର ତୁରନ୍ତ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିଥିଲେ । ଏହି ଘଟଣାଟି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ନିକଟ କୁଡୁମୁଲୁଗୁମ୍ମା ଗ୍ରାମର l ସୂଚନା ପାଇଁ କୁଡୁମୁଲୁଗୁମ୍ମା ଚାଇଲ୍ଡ ଲାଇନ ସେଠାରେ ପହଞ୍ଚି ଥିଲେ l ସେଠାରେ ଝିଅଙ୍କ ପଚାରିବାରୁ ଜାଣିବାକୁ ପାଇଥିଲେ ଯେ ସମସ୍ତେ ମୁଦୁଲିପଡା ବଣ୍ଡାଘାଟୀ ଅଞ୍ଚଳର ପଡେଇଗୁଡା ଗ୍ରାମର l ସେମାନଙ୍କୁ ଦାଦନ ନାଁ ରେ ବାହାର ରାଜ୍ୟକୁ ନିଆଯାଉଥିଲେ । ଚାଇଲ୍ଡ ଲାଇନ ୫ ଜଣ ଝିଅକୁ ମାଲକାନଗିରି ଜିଲ୍ଲା ସ୍ଥିତ ଶିଶୁ କଲ୍ୟାଣ କେନ୍ଦ୍ରରେ ସେମାନଙ୍କ ଥଇଥାନ ନିମନ୍ତେ ନେଇଛନ୍ତି l ଝିଅ ମାନଙ୍କୁ ନେଇ ଯାଉଥିବା ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ହିଁ ଫେରାର ହେଇଯାଇଥିଲା l ଏହି ଘଟଣା ର ପୁନ୍ଖାନୁପୁଖ ତଦନ୍ତ କରିବା ପରେ ଝିଅ ମାନଙ୍କୁ ସେମାନଙ୍କ ପରିବାର ସଦସ୍ୟାଙ୍କୁ ହସ୍ତାନ୍ତର କରାଯିବ ଚାଇଲ୍ଡ ଲାଇନ ପକ୍ଷରୁ ସୂଚନା ଦିୟାଯାଇଛି l

Comments (0)
Add Comment