ସଂଘରୋଧ କେନ୍ଦ୍ରର ଅବହେଳା ମଦ ପିଇ ରୋଷେୟା କରୁଛି ମନ ମୁଖି କାର୍ୟ୍ଯ ଭିଡିଓ ମାଧ୍ୟମରେ ଅଭିଯୋଗ କଲେ ପ୍ରବାସୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ଅବ୍ୟବସ୍ଥାରେ ସଂଗରୋଧ କେନ୍ଦ୍ର ଠିକ ସମୟରେ ଦିୟାଯାଉନି ପ୍ରବାସୀଙ୍କୁ ଖାଦ୍ୟ l ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଂଚାୟତରେ ଥିବା ଆଶ୍ରମ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ।ମିଳିଥିବା ସୂଚନା ମୁତାବକ ଶନିବାର ତାରିଖ – 22:05:2021 ସନ୍ଧ୍ୟା ସମୟରେ ପ୍ରବାସୀଙ୍କୁ ଟିଫିନ ନ ଦେବା ସହ ରାତ୍ରି ସମୟରେ ବିଳମ୍ବ ରେ ଖାଇବା ଦେଇଥିବା ନେଇ ଏକ ପ୍ରବାସୀ ମୋବାଇଲରେ ଭିଡିଓ ଯୋଗେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ପ୍ରବାସୀ ମାନଙ୍କ କହିବା ଅନୁସାରେ ରୋଷେୟା ମଦ ପିଇ ଶୋଇଥିବା ସହ ତାଙ୍କୁ ନିମ୍ନ ମାନର ଖାଦ୍ୟ ଖାଇବାକୁ ଦେଉଥିଲା l ଏହି ଅଭିଯୋଗ ପ୍ରଶାସନ ନିକଟରେ ପହଂଚିବା ପରେ ତୁରନ୍ତ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ରାତି ଅଧରେ ସେଠାରେ ପହଞ୍ଚିଥିଲେ l ବ୍ଲକ ପ୍ରଶାସନ ଏବଂ ସରପଞ୍ଚ ଙ୍କର ତାଗିଦ ପରେ ରୋଷେଇ ଆରମ୍ଭ ହୋଇଥିଲା ଏବଂ ବିଳମ୍ବିତ ରାତ୍ରରେ ପ୍ରବାସୀଙ୍କୁ ଖାଇବାକୁ ଦିଆଯାଇଥିଲା । ତେବେ ଏନେଇ ଆମେ ବିଡ଼ିଓ ଅଂଶୁମାନ ମହାପାତ୍ର ଙ୍କୁ ପଚାରିବାରୁ ସେ ରୋଷେୟା ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଇଥିଲେ।

Comments (0)
Add Comment