PWD ରାସ୍ତା ନିର୍ମାଣରେ ଦୁର୍ନୀତି

ମାଲକାନଗିରି (କୋଶଲ ନ୍ୟୁଜ୍) ନିମ୍ନମାନର ପିଚୁ ତଥା ଅନ୍ୟାନ୍ୟ ସାମଗ୍ରୀ ସବୁ ପକେଇକି ତିଆରି ହେଉଛି PWD ରାସ୍ତା l ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲା ପଡିଆ ବ୍ଲକର କମାରଗୁଡା ଠାରୁ ଗୋରପପଲ୍ଲୀ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବାର ଦେଖିବାକୁ ମିଳିଛି l
ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ନ ହେଉନୁ ରାସ୍ତାର ଉଭୟ ପାର୍ଶ୍ୱରୁ ପିଚୁ ଫାଟି ଆ କରି ପଡିଥିବା ବେଳେ ରାସ୍ତାରେ ନିର୍ମାଣ କରାଯାଇଥିବା ବ୍ରିଜ ଗୁଡିକରେ ଗାଡୱାଲ ନ କରି କେବଳ ମୁରମ ପକେଇଛନ୍ତି l ଯାହା ଫଳରେ ବର୍ଷା ସମୟରେ ରାସ୍ତା ଅତ୍ୟଧିକ ଖରାପ ହୋଇଯାଇଥିବା ବେଳେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି l ଟିକେ ବର୍ଷା ନ ହେଉନୁ ମୁରମ ସବୁ ଧୋଇ ହୋଇ ଯାଇଥିବା ବେଳେ ପିଚୁ ସବୁ ବାହାରି ଆସୁଛି l ଏହା ମଧ୍ୟ ଅନୁମାନ କରାଯାଉଛି କି ଯେ ଏହି ପିଚୁ ଆଗାମୀ ଦିନରେ ବର୍ଷା ସୋହି ନ ପାରି ପୁଣି ପୂର୍ବାସ୍ଥାକୁ ଫେରି ଆସିବ । ସ୍ଥାନୀୟ କାଲଦାପଲ୍ଲୀ, ଏମ୍.ପି.ଭି:- ୬୧ ଓ ଏମ୍.ପି.ଭି:- ୬୮ ଗ୍ରାମର ଲୋକମାନେ ପଡିଆ ବ୍ଲକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିବାରୁ ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମୀ, ପଡିଆ ବ୍ଲକର ବିଧାୟକ ପ୍ରତିନିଧି କଟାମ ବାଲାୟା, କାଲଦାପଲ୍ଲୀ ସରପଞ୍ଚ ଦୁଲାଲ ମାଡକାମୀ, ପଡିଆ ବ୍ଲକ ବିଜେପି ନେତା ଏମ୍.ଡ଼ି ଆୟୁବ କାନ ଓ ସୁଜିତ ମଣ୍ଡଳ, ସଞ୍ଜୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ସେହି ଅଞ୍ଚଳରେ ହେଉଥିବା ରାସ୍ତା ପରିଦର୍ଶନ କରିଥିଲେ ।

ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ସଠିକ ଭାବରେ ତୁଲାଇବାକୁ ବ୍ଲକ ଅଧ୍ୟକ୍ଷ, କାଲଦାପଲ୍ଲୀ ସରପଞ୍ଚ ତଥା ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ଏବଂ ଏହି କାର୍ଯ୍ୟରେ ଯଦି ପୁଣି ଏହି ପ୍ରକାରର ନିମ୍ନମାନର ସାମଗ୍ରୀ ଦେଖିବାକୁ ମିଳେ ତୋ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ଅଭିଯୋଗକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିବେ ।ଏହି କାର୍ଯ୍ୟ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିରାଜରାସ୍ତାକୁ ଓଲ୍ହାଇ ଆସିବେ ।

Comments (0)
Add Comment