୨୫୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ସହ କ୍ରେନ ଜବତ, କ୍ରେନ ଯୋଗେ ଗଂଜେଇ ଚୋରା ଚାଲାଣ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ବେଧଢକ ଭାବେ ଚାଲିଛି ଗଞ୍ଜେଇ ମାଫିଆଙ୍କ କାରନାମା । ଗଞ୍ଜେଇ ବେପାରି ନିଜକୁ ଯେତେ ଚାଲାକ ଭାବିଲେ ମଧ୍ୟ ପୋଲିସ ପାଖରେ ହାର ମାନିଛି ତାଙ୍କର ସବୁ ଉପାୟ l ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗତ କାଲି ରାତିରେ ପାପୁଲୁର ଚିତ୍ରକୋଣ୍ଡା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଚିତ୍ରକୋଣ୍ଡା କଂକ୍ରିଟ ଡ୍ୟାମ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଗାଡ଼ି ଗୁଡିକୁ ଯାଞ୍ଚ କରୁଥିଲା । ଏହି ସମୟରେ HR 55 W 4232 ନମ୍ବର ଥିବା ଏକ କ୍ରେନ ଗାଡି ପାପୁଲୁର ପଟୁ ରୁ ଚିତ୍ରକୋଣ୍ଡା ଆସୁଥିଲା। ପୋଲିସର ଚେକିଙ୍ଗକୁ ଦେଖି କ୍ରେନ ଚାଳକ ଜଙ୍ଗଲ ମଧ୍ୟରେ ଫେରାର ହୋଇ ଯାଇଥିଲା ।ପୋଲିସ ଉକ୍ତ ଗାଡିଟିକୁ ଯାଞ୍ଚ କରିବା ସମୟରେ ଦେଖିବାକୁ ପାଇଲେ ଯେ ଗାଡି ତଳେ ସ୍ୱତନ୍ତ୍ର ଭାବେ କେବିନ କରି 10 ଟି ଗଂଜେଇ ପ୍ୟାକେଟ ରଖାଯାଇଥିଲା l 10 ଟି ଗଂଜେଇ ପ୍ୟାକେଟର ଓଜନ 250 କିଗ୍ରା 500 ଗ୍ରାମ, ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Comments (0)
Add Comment