ଶବକୁ ଅସମ୍ମାନ ବାଇକରେ ବୁହା ହେଲା ଶବ

ମାଲକାନଗିରି ( କୋଶଲ ନ୍ୟୁଜ୍)ସକାଳୁ ଚାହା ବିକ୍ରି କରି ସାରିବା ପରେ ହଠାତ ଛାତି ବ୍ୟଥା ଅନୁଭବ କରି ଛଟପଟ ହେଉଥିବାର ଦେଖି ପଡ଼ୋଶୀ ଲୋକେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କଡ଼ମଗୁଡା ଗ୍ରାମର ଶୁକ୍ରା ସୀସାଙ୍କର ହୃତଘାତ ରେ ମୃତ୍ୟୁ ହୋଇଛି l ମେଡିକାଲ ପକ୍ଷରୁ ଶବ ନେବା ପାଇଁ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ କୌଣସି ଗାଡି ଯୋଗାଇ ଦିୟାଯାଇନଥିଲା l ଯାଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବାଇକ ଯୋଗେ ଶବକୁ ନିଜ ଗାଁ କଡ଼ମଗୁଡାକୁ ଆଣିଥିଲେ ।ମାଳ ମାଳ ସରକାରୀ ଯୋଜନା କୀଭଳି ଫସର ଫାଟୁଛି ଦେଖିବାକୁ ମିଳିଛି ଏଠାରେ l

Comments (0)
Add Comment