ସଟଡାଉନରେ ଖୁଲମ ଖୁଲା ଚାଲିଛି ମଦ ବେପାର ପ୍ରଶାସନ ସବୁ ଜାଣି ମଧ୍ୟ୍ୟ ଚୁପ

ମାଲକାନଗିରି ( କୋଶଲ ନ୍ୟୁଜ୍) ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ରାଜ୍ୟ ସରକାର ଶନିବାର ଓ ରବିବାର ଲକ ଡାଉନ ଓ ସଟଡାଉନ ଲାଗୁ କରିଛନ୍ତି l କିନ୍ତୁ କିଛି ଅମାନିଆ ମାନୁ ନାହାନ୍ତି ଏହି କଟକଣାକୁ ମଦ ନିଶାରେ ଭୁଲି ଗଲେ ସବୁ ସଟଡାଉନ ନିୟମ l ସଟଡାଉନ ସମୟରେ ଖୁଲମ ଖୁଲା ଭାବେ ଚାଲିଛି ମଦ ବେପାର l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର MV – 3 ନମ୍ବର ବାରରେ l ମିଳିଥିବା ସୂଚନା ଅନୁସାରେ MV – 3 ନମ୍ବର ବାର ଵାଲା ଅଧିକ ଦାମରେ ପେଟି ପେଟି ମଦ ଗେଟ ବନ୍ଧ କରି କାନ୍ଥ ଉପରେ ଦେଇ ବିକୁଛି l ଏହାର ଏକ ଭିଡିଓ ବର୍ତ୍ତମାନ ମୋବଇଲରୁ ମୋବଇଲ ଭାଇରଲ ହେବାରେ ଲାଗିଛି l ଏଠାରେ ପ୍ରଶ୍ନ ଉଠୁଛି କୋଭିଡ ନିୟମ କଣ କେବଳ ଖାଉଟି ଦୋକାନି ମାନଙ୍କ ପାଇଁ ? ମଦ ବ୍ୟବସାୟୀ ମାନଙ୍କ ପାଇଁ ଏହି ନିୟମ ନାହିଁ କି ?କୌଣସି ଦୋକାନୀ କୋଭିଡ ନିୟମ ଖିଲାପ କରି ଯଦି ନିଜର ଦୋକାନ କିଛି ସମୟ ବିଳମ୍ବରେ ବନ୍ଧ କରେ ତେବେ ପ୍ରଶାସନ ପକ୍ଷରୁ ସେଠାରେ 5000 ଜୋରିମାନା ନଚେତ ଦୋକାନକୁ ସିଲ କରାଯାଉଛି lଏ ଭିଡ଼ିଓ କୁ ଦେଖି ବି ପ୍ରଶାସନ ବର୍ତ୍ତମାନ ପ୍ରଯ୍ୟନ୍ତ ନିରବ କାହିଁକି ? ଜିଲ୍ଲା ପ୍ରଶାସନ ର ନଜରରେ ଏହି ମଦ ଦୋକାନ ନାହିଁକି ? ତେବେ ଦେଖିବାକୁ ବାକି ରହିଲା ନିୟମ ଉଲଂଘନ କରିଥିବା MV-3 ନମ୍ବର ବାର ଵାଲା ପ୍ରତି ଜିଲ୍ଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି l

Comments (0)
Add Comment