ପେଦାଲାଙ୍କା ଗ୍ରାମ ବାସି ଙ୍କୁ ମିଳୁନି ପିଇବା ପାଣି

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତ ପେଦାଲଙ୍କା ଗ୍ରାମ ରେ ପିଇବା ପାଣି ପାଇଁ ଅନେକ ଅସୁବିଧା ର ସମୁଖୀନ ହେଉଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି। ଗ୍ରାମ ରେ ନଳକୂପ କିମ୍ବା ଅନ୍ୟ କିଛି ପାଣି ର ସୁବିଧା ନାହିଁ ଗାଁ ଲକେ ଜଙ୍ଗଲ ରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଯାଇ ଏକ ପରିତ୍ୟକ୍ତ ନାଳ ରୁ ପାଣି ଆଣି ପିଉଛନ୍ତି ପିଉଥିବା ପାଣି ମଧ୍ୟ ଦୂଷିତ ପାଣି ସେ ପାଣି ପିଇ ଅନେକ ଲୋକ ରୋଗରେ ପୀଡିତ ହେଉଛନ୍ତି l

ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ଜଙ୍ଗଲ ର ପାଣି ଯେଉଁ ପାଣି ସେମାନେ ବ୍ୟବହାର କରୁଛନ୍ତି ସେହି ଠାରେ ଏକ କୁଣ୍ଡି ତିଆରି କରାଯାଇ ସେହି ପାଣି କୁ ପାଇପ୍ଯୋଗେ ଗାଁ ଭିତରକୁ ନିଆଁ ଯାଉ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି।ପେଦା ଲାଙ୍କା ଗ୍ରାମ ବାସି ଙ୍କ କହିବା ମୁତାବକ ସେମାନେ ଆଜି ପର୍ଯ୍ୟନ୍ତ ତାଙ୍କ ଗାଁ କୁ କୌଣସିପ୍ରକାର ସରକାରୀ ବାବୁଙ୍କ ପାଦ ପଡୁ ନାହିଁ କି ଆମେ ଦେଖିନୁ ବୋଲି କୋହଭରା କଣ୍ଠ ରେ ପ୍ରକାଶ କରିଛନ୍ତି ।ତୁରନ୍ତ ଜିଲ୍ଲା ପ୍ରଶାସନ ପେଦାଲାଙ୍କା ଗ୍ରାମ ବାସୀଙ୍କ ଦୁଃଖ ଦୁରକରନ୍ତୁ ବୋଲି ସାଧାରଣ ରେ ଦାବି ହୋଇଛି।

Comments (0)
Add Comment